Only for Entertainment

ଭାଇରାଲ ହେବାରେ ଲାଗିଛି କପିଲ ଶର୍ମାଙ୍କ ଏହି ଫଟୋ, ଏବେ ଏହିପରି ଦେଖାଯାଉଛନ୍ତି ଷ୍ଟାର କମେଡିଆନ ।

Filmymonkey
0 39

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଲଗାତାର ଦୁଇଟି ଶୋ’ ଫ୍ଲପ ହେବାପରେ ସେ ଲାଇମ ଲାଇଟ ଠାରୁ ଦୂରେଇ ଯାଇଥିଲେ । କଳାକାର ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ତାଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । ସୋ’ର ଟିଆର୍ପି କମିବା ସହ ଧିରେ ଧିରେ ଚ୍ୟାନେଲ ତରଫରୁ ତାଙ୍କ ସୋ’କୁ ବନ୍ଦ କରି ଦିଆଯାଇଥିଲା । ଏତେ ସବୁ ପରେ ସେ ଅବସାଦଗ୍ରସ୍ତ ରହି ସହ ବିଦେଶ ଚାଲି ଯାଇଥିଲେ ।


ନିକଟରେ କପିଲ ନିଜ ଟ୍ଵିଟର ଆକାଉଣ୍ଟରେ ନିଜର ଏକ ଫଟୋ ଅପ୍ଲୋଡ଼ କରିଛନ୍ତି । ଯେଉଁଥିରେ ସେ ନିଜକୁ ଫିଟ୍ କରୁଥିବା ଦେଖା ଯାଇଛି । ତାଙ୍କ ଓଜନ କମ ହେଉଥିବାର ଦେଖା ଯାଇଥିବା ବେଳେ କପିଲ ନିଜ ପାଳିତ କୁକୁର ଚିକୁ ସହ ଫଟୋ ପୋଷ୍ଟ କରିଥିବା ଦେଖା ଯାଇଛି । ଏଥିରୁ ଜଣାପଡୁଛି ଯେ ସେ ଖୁବ ଶୀଘ୍ର ଫିଟ ହୋଇ ଲାଇମ ଲାଇଟକୁ ଫେରିବେ ।

କହିରଖୁଛୁ ଯେ କିଛି ଦିନ ପୂର୍ବରୁ ତାଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ତାଙ୍କ ଓଜନ ଅଧିକ ବଢ଼ି ଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କର ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦା ଉପରେ ଦେଖିବାକୁ ଚାହାଁନ୍ତି ବୋଲି କହିବା ପରେ ସେ ଖୁବ୍ ଶୀଘ୍ର ଫେରିବେ ବୋଲି ଟ୍ଵିଟ୍ କରି ଜଣାଇଥିଲେ । ତେବେ କପିଲଙ୍କ ଏହି ଲାଟେଷ୍ଟ ଫଟୋ ତାଙ୍କ ପ୍ରଶଂସକଙ୍କ ମନରେ ଖୁସି ଭରି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More