Only for Entertainment

ଆସନ୍ତା ମାସରେ ବିବାହ କରିବେ କମେଡ଼ି କିଙ୍ଗ କପିଲ ଶର୍ମା

news18
30

ବର୍ତ୍ତମାନ ବଲିଉଡରେ ଚାଲିଛି ବାହାଘର ଟ୍ରେଣ୍ଡ । ନିକଟ ଅତୀତରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ତାଙ୍କ ବିବାହ କାର୍ଡ଼କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ମଧ୍ୟରେ ଅନ୍ୟ ଏକ ଖବର ଆସିଛି ନିକ ଏବଂ ପ୍ରିୟଙ୍କାଙ୍କ ବିବାହକୁ ନେଇ । କୁହାଯାଉଛି ଦୀପିକାଙ୍କ ରିସେପସନ ଦିନ ବିବାହ କରିବେ ପ୍ରିୟଙ୍କା ଓ ନିକ । ତେବେ ସେତିକିରେ ଅଟକି ଯାଇନାହିଁ ଏହି ବିବାହ ଟ୍ରେଣ୍ଡ । ସୂଚନା ଅନୁସାରେ ଆସନ୍ତା ମାସ ୧୨ ତାରିଖରେ ବିବାହ କରିବେ ବଲିଉଡର ଲୋକପ୍ରିୟ କଳାକାର ଅର୍ଥାତ କମେଡ଼ି କିଙ୍ଗ କପିଲ ଶର୍ମା ।

କପିଲ୍ ତାଙ୍କ ଗର୍ଲପ୍ରେଣ୍ଡ୍ ଗିନି ଚତ୍ରଥ୍ଙ୍କୁ ଡିସେମ୍ବରରେ ବିବାହ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଧାର‌୍ୟ୍ୟ ହୋଇଛି। ଆସନ୍ତା ଡିସେମ୍ବର ୧୨ ତାରିଖରେ ଜଳନ୍ଧରରେ ଏହି ବିବାହ ହେବ ବୋଲି ନିଜେ କପିଲ୍ ସ୍ପଷ୍ଟ କରିଛନ୍ତି।

ଜଳନ୍ଧର ହେଉଛି କପିଲ୍ଙ୍କ ଗର୍ଲଫ୍ରେଣ୍ଡ୍ ଗିନିଙ୍କ ଜନ୍ମ ସହର। କପିଲ୍ କହିଛନ୍ତି ଯେ ଉଭୟ ସେ ଓ ଗିନି ଏହି ବିବାହ ଉତ୍ସବକୁ ନିରାଡ଼ମ୍ବର ଓ ସାଧାରଣ ଭାବେ କରିବାକୁ ଚାହୁଁଥିଲେ। କିନ୍ତୁ ଯେହେତୁ ଗିନି ପରିବାରର ଏକମାତ୍ର ଝିଅ, ତେଣୁ ଏହି ବିବାହ ଉତ୍ସବକୁ ଧୂମ୍ଧାମ୍ର ସହ କରିବାକୁ ତାଙ୍କ ପରିବାର ଲୋକେ ଚାହୁଁଛନ୍ତି। ସେହିପରି କପିଲ୍ଙ୍କ ମା’ ମଧ୍ୟ ଏହି ବାହାଘର ଖୁବ୍ ଜାକଜମକରେ ହେବା ପାଇଁ ଆଗ୍ରହୀ ବୋଲି ‘କମେଡ଼ି କିଙ୍ଗ୍’ କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More