Only for Entertainment

ଏତେ ବିବାଦ ପରେ ମଧ୍ୟ ଟିଆରପି ମାମଲାରେ ଟପରେ ରହିଛି କପିଲ ଶର୍ମାଙ୍କ ଶୋ’ !

36

କମେଡିଆନ କପିଲ ଶର୍ମା ଙ୍କ ଶୋ’ ଏହି ସପ୍ତାହରେ ଖୁବ ବିବାଦରେ ଘେରି ରହିଥିଲା । ଅସଲରେ ନବଜୋତ ସିଦ୍ଧୂ ଜବାନଙ୍କ ଉପରେ ହୋଇଥିବା ହମଲା ଉପରେ ବିବାଦୀୟ ବହାନ ଦେଇଥିଲେ , ଯାହାକୁ ନେଇ ଖୁବ ବିବାଦ ହୋଇଥିଲା । ଲୋକମାନେ କହିଥିଲେ ଯେ ନବଜୋତଙ୍କୁ ଶୋ’ରୁ ବାହାର କରାଯାଉ । କିନ୍ତୁ କପିଲଙ୍କ ଶୋ’ ଏତେ ବିବାଦରେ ଘେରି ହୋଇ ରହିବା ପରେ ମଧ୍ୟ ଟିଆରପି ମାମଲାରେ ଟପ ଲିଷ୍ଟରେ ରହିଛି । ଆଜ୍ଞା ହଁ , କପିଲ ଶର୍ମାଙ୍କ ଶୋ’ ଟିଆରପି ମାମଲାରେ ୨ୟ ସ୍ଥାନରେ ରହିଛି ।

ଏଠାରେ ଆମେ କହି ରଖୁଛୁ ଯେ ଜମୂ କଶ୍ମୀର ପୁଲୱାମା ହମଲା ହୋଇଥିବା, ଯାହାକୁ ନେଇ ସମସ୍ତେ ନିଜସ୍ୱ ମତ ଦେଉଥିଲେ । ଏହି ହମଲାରେ ନବଜୋତ ସିଦ୍ଦୁ ମଧ୍ୟ କିଛି ବୟାନ ଦେଇଥିଲେ, କିନ୍ତୁ ସିଦ୍ଦୁ ନିଜ ବୟାନକୁ ନେଇ ବିବାଦରେ ପଡିଥିଲେ । ଯେଉଁକାରଣରୁ ଆଲୋଚନାର ପାତ୍ର ହୋଇଥିଲେ । ସେହିକାରଣରୁ ଖବର ଶୁଣିବାକୁ ମିଳିଥିଲା ଯେ କପିଲ ଶର୍ମାଙ୍କ ଶୋ’ରୁ ସିଦ୍ଧୁଙ୍କୁ ବାହାର କରିଦେବା ଉଚିତ, ନଚେତ ଦର୍ଶକ ଶୋ’ ଦେଖିବା ବନ୍ଦ କରିଦେବେ । ଏହା ଦେଖି ଅନୁମାନ ହେଉଥିଲା ଯେ ପୁଣି ଥରେ କପିଲଙ୍କ ଶୋ’ ଟିଆରପି ତଳକୁ ଖସିଯିବ । କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More