କପିଲ ଶର୍ମାଙ୍କ ଶୋ’ ସଫଳତା ପାର୍ଟିରେ ଧୁମ ମସ୍ତି କଲେ ସେଲିବ୍ରେଟୀ, ଭିଡ଼ିଓ ଭାଇରାଲ
କପିଲ ଶର୍ମାଙ୍କ ଶୋ ଦ୍ୱିତୀୟ ଥର ଆରମ୍ଭ ହେବାପରେ ଚାରିଆଡ଼େ ଚର୍ଚ୍ଚାରେ ରହିଛି । କମେଡ଼ିଆନ କପିଲ ଶର୍ମାଙ୍କ ଶୋ’କୁ ଖୁବ ସଫଳତା ମିଳି ସାରିଛି । ଟିଆରପି ଲିଷ୍ଟରେ ଟପରେ ରହିଛି । ଏହି କମେଡ଼ି ଶୋ ଟିଭିରେ ଅଧିକ ଦେଖା ଯାଉଥିବା ଶୋ । ଏହାର ସଫଳତା ଖୁସିରେ ପୂରା ଷ୍ଟାରକାଷ୍ଟ ସେଲିବ୍ରେଟ କରିଛନ୍ତି ।
ଶୋ’ର ଷ୍ଟାରକାଷ୍ଟ କପିଲ ଶର୍ମା, ଚନ୍ଦନ ପ୍ରଭାକର, ସୁମୋନା ଚକ୍ରବର୍ତ୍ତୀ, ଭାରତୀ ସିଂ ଓ ଅର୍ଚ୍ଚନା ପୂରନ ସିଂ ପୂରା ଟିମଙ୍କ ସହିତ ମିଶି ଏକ କ୍ଲବରେ ଧୁମ ପାର୍ଟି କଲେ । କପିଲ ଶର୍ମା ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ଆପଣ ଚନ୍ଦନ ଏବଂ ଭାରତୀଙ୍କୁ ନାଚୁଥିବାର ଦେଖିବାକୁ ପାଇବେ । ଭିଡ଼ିଓରେ ଆପଣ ସୁମୋନା ଚକ୍ରବର୍ତ୍ତୀ ଏବଂ ଅର୍ଚ୍ଚନାଙ୍କୁ ଖୁବ ମସ୍ତୀ କରୁଥିବାର ଦେଖିବାକୁ ମିଳେ । ଏତିକି ନୁହେଁ ଶୋ’ର ଟିମ କେକ୍ ମଧ୍ୟ କାଟିଛନ୍ତି । ସମସ୍ତ ଟିମ ସଦସ୍ୟଙ୍କୁ ଖୁବ ଖୁସି ଥିବା ଦେଖିବାକୁ ମିଳିଛି ।