Only for Entertainment

କପିଲ ଶର୍ମାଙ୍କ ଶୋ’ରେ ଶାଢୀ ପିନ୍ଧିଲେ ଗଣେଶ ଆଚାର୍ଯ୍ୟ ଏବଂ ରେମୋ ଡିସୁଜା ।

ndtv
28

କପିଲ ଶର୍ମାଙ୍କ କମେଡ଼ି ଶୋ ଏବେ ଟିଆରପି କ୍ଷେତ୍ରରେ ଭଲ ସ୍ଥାନରେ ଅଛି । ଅର୍ଥାତ କପିଲଙ୍କ ଶୋ ସପ୍ତମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଆସିଯାଇଛି ।ତେବେ କପିଲ ନିଜ ଫ୍ୟାନ୍ସଙ୍କ ପାଇଁ ଅଧିକାଂଶ ସମୟରେ ପ୍ରମୋ ଭିଡ଼ିଓ ଶେୟାର କରୁଛନ୍ତି । ନିକଟରେ ତାଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବଂ ରେମୋ ଡିସୁଜା ଅତିଥି ହୋଇ ପହଂଚିଥିଲେ । ଏଠାରେ କପିଲଙ୍କ ଶୋ’ରେ ଉଭୟ ଖୁବ ମସ୍ତୀ କଲେ । ସୋନି ଟିଭି ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓ ଶେୟାର କରିଛନ୍ତି ।

ସବୁଠାରୁ ମଜାଦାର କଥା ହେଉଛି ଶୋ’ରେ ଗଣେଶ ଆଚାର୍ଯ୍ୟ ଏବଂ ରେମୋ ଡିସୁଜା ଶାଢୀ ପିନ୍ଧି ଡ୍ୟାନ୍ସ କରିଥିବାର ନଜର ଆସିଛନ୍ତି । ଯାହା ଦର୍ଶକଙ୍କୁ ହସିବାକୁ ବାଧ୍ୟ କରିଛି । ଏହି ମଧ୍ୟରେ କପିଲଙ୍କ ଜନ୍ମଦିନ ମଧ୍ୟ ପାଳନ କରାଗଲା । ଏହି ପ୍ରମୋ ଭିଡ଼ିଓ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More