Only for Entertainment

କପିଲଶର୍ମାଙ୍କ ସାଥ ଛାଡ଼ି ବୁଡ଼ୁଛି ସୁନିଲଙ୍କର ସଫଳତାର ଡଙ୍ଗା?

indiatvnews.com
31

କପିଲ ଶର୍ମା ଏବଂ ସୁନିଲ ଗ୍ରୋଭର ପରସ୍ପରଠାରୁ ଅଲଗା ହୋଇ ନିଜର ଭିନ୍ନ ଭିନ୍ନ ଶୋ ଆରମ୍ଭ କରିଛନ୍ତି । ଦୁଇ ଜଣଙ୍କ ଶୋ ଫର୍ମାଟ ଏକାଭଳି । କିନ୍ତୁ ତୁଳନା କରାଯାଏ ତ ସୁନିଲ ଗ୍ରୋଭର ପୁଣିଥରେ କପିଲଙ୍କ ସଟରେ ଆଉଟ ହେବାର ନଜର ଆସିଛନ୍ତି । ସୁନିଲ ଏବଂ କପିଲଙ୍କ ବିବାଦ ଏବେ ମଧ୍ୟ ଜାରି ରହିଛି,ଏହି କାରଣରୁ ସୁନିଲ କପିଲଙ୍କ ହାତ ଧରିବାକୁ ମନା କରି ଦେଇଛନ୍ତି । କିନ୍ତୁ ଏହାର ପ୍ରଭାବ ସୁନିଲ ଗ୍ରୋଭରଙ୍କ କ୍ୟାରିଅର ଉପରେ ପଡ଼ିବା ଆରମ୍ଭ ହେଲାଣି ବୋଲି ମନେ ହେଉଛି ।

ବିବାଦ ପରେ ସୁନିଲ କପିଲଙ୍କ ସାଥ ଛାଡ଼ିଦେଲେ,ତଥାପି କପିଲ ବହୁ ଥର ସୁନିଲଙ୍କୁ ନେସନାଲ ଟିଭିରେ କ୍ଷମା ମାଗିଛନ୍ତି । ଶୋ’କୁ ଫେରିବା ପାଇଁ କପିଲ ସୁନିଲଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି,କିନ୍ତୁ ସୁନିଲ ସିଲ୍ପା ସିନେ୍ଧଙ୍କ ସହିତ କ୍ରିକେଟ କମେଡ଼ି ଶୋ ନେଇ ଆସିଗଲେ । ତେବେ ସୁନିଲଙ୍କ ଏହି ଫର୍ମୁଲା ଫ୍ଲପ ହୋଇଗଲା । ୨୮ ସେପ୍ଟେମ୍ବର ୨୦୧୮ରେ ସୁନିଲ ଫିଲ୍ମ ପଟାଖାରେ ନଜର ଆସିଲେ । ଆଶା କରାଯାଉଥିଲା ସୁନିଲ ଏଠାରେ ଖୁବ ଉପରକୁ ଉଠିଯିବେ,କିନ୍ତୁ ଏଠାରେ ମଧ୍ୟ ଫିଲ୍ମ ଫ୍ଲପ ହୋଇଗଲା ।

ଫିଲ୍ମ ଫ୍ଲପ ହେବା ପରେ ସୁନିଲ ପୁଣିଥରେ ପୁରୁଣା ରାସ୍ତାରେ ଚାଲିଲେ,କିନ୍ତୁ ଭୁଲିଗଲେ କପିଲଙ୍କ ପାଇଁ ତାଙ୍କ କମେଡ଼ିରେ ଅସଲି ତଡ଼କା ନଜର ଆସୁଥିଲା । ଏହି କାରଣରୁ ସୁନିଲଙ୍କ କାନପୁର ୱାଲେ ଖୁରାନାଜ ଦର୍ଶକଙ୍କ ନଜରକୁ ଆସୁନାହିଁ । ଏଭଳି ଶୋ ଚାଲିଛି କେହି ମଧ୍ୟ ଜାଣି ନାହାଁନ୍ତି । ଶୋ ୧୫ ଡିସେମ୍ବରକୁ ପ୍ରଥମ ଥର ଟେଲିକାଷ୍ଟ ହେଲା କିନ୍ତୁ ଦର୍ଶକଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ସୁନିଲ ନଜର ଆସୁଛନ୍ତି । ଅନ୍ୟ ପକ୍ଷରେ କପିଲ ୨୯ ଡିସେମ୍ବରକୁ ଶୋ ଆରମ୍ଭ କରି ସାରିଛନ୍ତି । ପ୍ରଥମ ଏପିସୋଡରେ ରଣବୀର ସିଂ ଏବଂ ଦ୍ୱିତୀୟ ଏପିସୋଡରେ ସାରା ଅଲି ଖାନ ନଜର ଆସିଲେ । ତୃତୀୟ ଏପିସୋଡରେ ସଲମାନ ଖାନ ତାଙ୍କ ବାପା ସଲିମ ଖାନ ଏବଂ ଭାଇ ସୁହେଲ ଖାନ ଏବଂ ଅରବାଜ ଖାନଙ୍କ ସହିତ ନଜର ଆସିବେ । ତେବେ ପ୍ରଣାଳୀ ପୁରୁଣା ହେଲେ ମଧ୍ୟ କପିଲଙ୍କ ମଜାଳିଆ କଥା ଦର୍ଶକଙ୍କ ହସିବା ପାଇଁ ଯଥେଷ୍ଟ ଅଧିକ ।

କପିଲ ଏବଂ ସୁନିଲ ଉଭୟ କମେଡ଼ିର ବାଦଶାହ । କିନ୍ତୁ ମଜା ସେତେବେଳେ ଆସେ ଯେତେବେଳେ ଦୁଇ ଜଣ ଏକା ସାଙ୍ଗରେ ନଜର ଆସନ୍ତି । ଏକ ଇଂଟରଭ୍ୟୁରେ ସୁନିଲ କହିଥିଲେଯେ କପିଲ ଶର୍ମାଙ୍କ ଶୋ’ରୁ ତାଙ୍କୁ ପରିଚୟ ମିଳିଥିଲା,କିନ୍ତୁ ଏବେ ସେ ମୂଳଦୁଆକୁ ଛାଡ଼ି ଆକାଶରେ ଉଡ଼ିବାକୁ ଚାହୁଁଛନ୍ତି,ଯାହା ସମ୍ଭବ ହୋଇପାରୁ ନାହିଁ । କିନ୍ତୁ କପିଲ ତାଙ୍କ ପୁରୁଣା ସାଙ୍ଗ ମାନଙ୍କ ସହିତ କମେଡ଼ିରେ ତଡ଼କା ଦେବାକୁ ଚେଷ୍ଟା କରୁଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବଯେ କପିଲଙ୍କ ଠାରୁ ଦୂରରେ ରହି ସୁନିଲ କ୍ୟାରିଅରରେ କେତେ ଆଗକୁ ବଢି ପାରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More