Only for Entertainment

ସୁନୀଲ ଗ୍ରୋଭରଙ୍କ ପରେ କପିଲଙ୍କୁ ଏହି ଫିଲ୍ମରେ ସୁଯୋଗ ଦେବେ ସଲମାନ୍

19

ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କୁ ଫିଲ୍ମ ‘ଭାରତ’ରେ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ସୁଯୋଗ ଦେବା ପରେ ଏବେ କପିଲ ଶର୍ମାଙ୍କୁ ନିଜ ଫିଲ୍ମରେ ସୁଯୋଗ ଦେବା ପାଇଁ ଯାଉଥିବା ଜଣା ପଡ଼ିଛି । କପିଲଙ୍କ କମେଡି ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବା ପରେ ଏବେ ସଲମାନ ନିଜର ଆଗାମୀ ଫିଲ୍ମ ‘ଶେର୍‌ଖାନ୍‌’ରେ କପିଲଙ୍କୁ ସୁଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୋହେଲ ଖାନ୍‌ ନିର୍ମାଣ କରୁଥିବା ଫିଲ୍ମ ‘ଶେରଖାନ୍‌’ ଅନେକ ଦିନ ହେଲା ଅଟକି ରହିଥିଲା । ସ୍କ୍ରିପ୍ଟକୁ ନେଇ ସମସ୍ୟା ଥିବାରୁ ଫିଲ୍ମଟି ଅଟକି ରହିଥିବା ବେଳେ ଏବେ ସ୍କ୍ରିପ୍ଟ ପୂରା ହୋଇ ସାରିଥିବା ଜଣା ପଡ଼ିଛି । ସ୍କ୍ରିପ୍ଟ ପୂରା ହେବା ପରେ ସଲମାନ ଫିଲ୍ମକୁ ନେଇ କାମ କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, କମେଡି ସର୍କସରେ କପିଲ ପ୍ରତିଯୋଗୀ ଥିବା ବେଳେ ସୋହେଲ ତାଙ୍କୁ ନିଜ ଫିଲ୍ମ ‘ଶେର୍‌ଖାନ୍‌’ରେ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏବେ ଫିଲ୍ମ ଆରମ୍ଭ ହେବାକୁ ଯାଉଥିବା ବେଳେ କପିଲ ଏଥିରେ ନିଶ୍ଚୟ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More