Only for Entertainment

ପୁଣିଥରେ ସୁଟିଂ ବାତିଲ କଲେ କପିଲ, ସୁଟିଂ ନକରି ସେଟରୁ ଫେରିଲେ ଟାଇଗର ଶ୍ରଫ

Times Now Hindi
0 52

ପୁଣିଥରେ କମେଡି କିଙ୍ଗ କପିଲ ଟିଭିକୁ ଫେରୁଛନ୍ତି । କପିଲ ଶର୍ମାଙ୍କ ଶୋ ‘ଫ୍ୟାମିଲି ଟାଇମ୍ସ ୱଥ କପିଲ’ ୨୫ ମାର୍ଚ୍ଚକୁ ଅନ ଏୟାର ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଶୋ’ର ପ୍ରମୋ ରିଲିଜ କରାଯାଇଥିଲା । ନିକଟରେ ଫିଲ୍ମର ଦ୍ୱିତୀୟ ଟ୍ରିଜର ରିଲିଜ କାରାଯାଇଛି । ଯେଉଁଥିରେ ସେ ଘରର ଚାକରାଣୀ ସହିତ କଥା ହେଇଛନ୍ତି । ତେବେ କପିଲଙ୍କର ଏହି ଶୋ ଆରମ୍ଭ ହେବା ପୂର୍ବରୁ ତାହାର ସୁଟିଂକୁ ବାତିଲ କରାଯାଇଛି ।


ଆପଣଙ୍କର ମନେଥିବା କପିଲଙ୍କ ପୂର୍ବ ଶୋ ସୁଟିଂ କ୍ୟାନସଲ ହେବାକୁ ନେଇ ବିବାଦରେ ରହିଥିଲା । ବର୍ତ୍ତମାନ ନୂଆ ଶୋ’ର ଟାଇଗର ଶ୍ରଫଙ୍କ ସହିତ ହେବାକୁ ଥିବା ସୁଟିଂକୁ କ୍ୟାନସଲ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ କପିଲଙ୍କ ନୂଆ ଶୋ’ର ପ୍ରଥମ ଅଧ୍ୟାୟର ସୁଟିଂ ଶେଷ ହୋଇଛି । ଶୋ’ର ପ୍ରଥମ ଗେଷ୍ଟ ଭାବେ ଅଜୟ ଦେବଗନ ସାମିଲ ହୋଇଥିଲେ । ସେହିପରି ଶୋ’ର ଦ୍ୱିତୀୟ ଅଧ୍ୟାୟରେ ଟାଇଗର ଶ୍ରଫ ସାମିଲ ହୋଇଥାନ୍ତେ କିନ୍ତୁ ଏହାର ସୁଟିଂକୁ କ୍ୟାନସଲ କରି ଦିଆଯାଇଛି ।

ଆପଣ ଯଦି ଭାବୁଥିବେ କପିଲ ପୁଣି ଥରେ ସୁଟିଂ ବାତିଲ କଲେ! ତେବେ ଆପମଙ୍କୁ କହିରଖୁଛୁ ଏଥର କପିଲଙ୍କ ପାଇଁ ନୁହେଁ ବରଂ ସୁଟିଂ ସେଟରେ କିଛି ଟେକନିକ ଖରାପ କାରଣରୁ ସୁଟିଂକୁ ବାତିଲ କରିବାକୁ ପଡିଲା ।

ରିପୋର୍ଟ ଅନୁସାରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଅଧିକାରୀ କହିଛନ୍ତି, ‘ସେଟରେ ଟେକନିକ ଅସୁବିଧା ହୋଇଥିଲା । ଏହାକୁ ସଙ୍ଗେ ସଙ୍ଗେ ଠିକ କରାଯାଇପାରିଲା ନାହିଁ । ସେଥିପାଇଁ ସୁଟିଂକୁ ବତିଲ କରିବାକୁ ପଡିଲା । ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More