Only for Entertainment

ଆରକେ ଷ୍ଟୁଡିଓରେ କପୁର ପରିବାରର ଶେଷ ଗଣେଶ ଉତ୍ସବ, ଭାବୁକ ହେଲେ ରଣଧୀର କପୁର ।

popularindinews
0 64

ଆରକେ ଷ୍ଟୁଡିଓ ଏବେ କିଛି ଦିନ ହେବ ଚର୍ଚ୍ଚାରେ ରହିଛି । ଏହାର କାରଣ ହେଉଛି କପୁର ପରିବାର ଆରକେ ଷ୍ଟୁଡିଓକୁ ବିକ୍ରି କରିବାର ନିର୍ଣ୍ଣୟ । ଇତି ମଧ୍ୟରେ ଆରକେ ଷ୍ଟୁଡିଓରେ କପୁର ପରିବାର ନିଜର ଶେଷ ଗଣେଶ ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ଗୁରୁବାର କପୁର ପରିବାର ଆରକେ ଷ୍ଟୁଡିଓରେ ନିଜର ଶେଷ ଗଣେଶ ପୂଜାକୁ ପାଳନ କରିଛନ୍ତି । ଏହି ଅବସରରେ ରଣଧୀର କପୁର ଏବଂ ରାଜୀବ କପୁର ଉପସ୍ଥିତ ଥିଲେ ।

 

 

View this post on Instagram

 

#ganeshaarti at #RKStudios #RishiKapor #RandhirKapoor #RanbirKapoor #ganpatibappamorya #ganeshchaturthi @ravijain0701 video

A post shared by Bollywood (@filmyhaiboss) on

କହିରଖୁଛୁ ଯେ ଆରକେ ଷ୍ଟୁଡିଓରେ ଗଣେଶ ଉତ୍ସବ ଏବଂ ହୋଲି ଧୁମଧାମରେ ପାଳନ କରାଯାଏ । ଆରକେ ଷ୍ଟୁଡିଓରେ ଏହା କପୁର ପରିବାରର ଶେଶ ଗଣେଶ ପୂଜା ହୋଇଥିବାରୁ ପୂରା ପରିବାର ଏହାକୁ ନେଇ ଭାବୁକ ଥିବା ଦେଖିବାକୁ ମିଳିଥିଲା । ୭୦ ବର୍ଷ ପୂର୍ବେ ରାଜ କପୁର ଆରକେ ଷ୍ଟୁଡିଓକୁ ସ୍ଥାପନା କରିଥିଲେ । କିନ୍ତୁ ଗତ ବର୍ଷ ଷ୍ଟୁଡିଓରେ ନିଆଁ ଲାଗିଯିବା ଫଳରେ କପୁର ପରିବାର ଏହାକୁ ବିକ୍ରି କରିବାର ନିର୍ଣ୍ଣୟ ନେଇଛନ୍ତି ।

 

ଗଣେଶ ଉତ୍ସବରେ କରାଯାଇଥିବା ପ୍ରେସ କନଫେରେନ୍ସରେ ରଣଧୀର କପୁର କହିଥିଲେ ପରିବାର ଏହି ଷ୍ଟୁଡିଓକୁ ପୁଣିଥରେ ଠିଆ କରିବାକୁ ସକ୍ଷମ ନୁହେଁ ଏବଂ ସେ ଏହାର ବିକ୍ରି କରିବା ନିଷ୍ପତିକୁ ନେଇ ଖୁବ ଦୁଃଖି ଅଛନ୍ତି । କେବଳ କପୁର ପରିବାର ନୁହଁନ୍ତି ସେଠାରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଏହାକୁ ନେଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି ।

Rajiv-Kapoor-Randhir-Kapoor

andhir-rajiv-kapoor-ganpat

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More