Only for Entertainment

ନିଜ ଭୁଲ ପାଇଁ ବିଗ ବିଙ୍କୁ କ୍ଷମା ମାଗିଲେ କରଣ ଜୋହର

india tv
0 51

ସେଲିବ୍ରେଟୀମାନେ ଚର୍ଚ୍ଚାରେ ରହିବା କିଛି ବଡ଼ କଥା ନୁହେଁ । କିନ୍ତୁ ଅମିତାଭ ଯଦି ଚର୍ଚ୍ଚାରେ ରୁହନ୍ତି ତେବେ ଏହା ନିଶ୍ଚୟ ଏକ ବଡ଼ କଥା ହେବ । ସେହିଭଳି ଏକ ଖବର ଦେଖିବାକୁ ମିଳିଛି କରଣ ଜୋହର ଏବଂ ଅମିତାଭ ବଚ୍ଚନଙ୍କ ନିକଟରେ ।

ବାସ୍ତବରେ କରଣ ଜୋହର ଏବଂ ନିର୍ମାତା ଓ ନିର୍ଦ୍ଦେଶକ ରମେଶ ସିପ୍ପି ଏକ ଚ୍ୟାନେଲର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯେଉଁଥିରେ ଦୁଇଜଣ ଉଭୟଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ କରଣ କହିଥିଲେଯେ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଲୋକ ପଂଜାବୀ, କାରଣ ତାଙ୍କ ବାପା ସମସ୍ତଙ୍କ ସହିତ ପଂଜାବୀରେ କଥା ବାର୍ତ୍ତା କରୁଥିଲେ,ଏଭଳିକି ଅମିତାଭ ବଚ୍ଚନ ପଂଜାବୀ ହୋଇ ନଥିଲେ ମଧ୍ୟ ପଂଜାବୀରେ କଥା ହେଉଥିଲେ ।

କରଣ କହିଥିବା କଥା ଶୁଣି ଅମିତାଭ ନାରାଜ ହୋଇ ଯାଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତିଯେ ‘ମୁଁ ପଂଜାବୀ ଏଥିପାଇଁ କହେ କାରଣ ମୋ ମା ଶିଖ୍ ଥିଲେ,ତେଣୁ ମୁଁ ଅଧା ଶିଖ, ସେଥିପାଇଁ ମୁଁ ପଂଜାବୀ କହି ପାରେ’ । ତେବେ ଏହି ଟ୍ୱିଟ ଦେଖିବା ପରେ କରଣ ଖୁବ ଶୀଘ୍ର ତାଙ୍କର ଭୁଲକୁ ମାନି ଯାଇଥିଲେ ଏବଂ କ୍ଷମା ପ୍ରାର୍ଥନା କରି କହିଥିଲେଯେ ‘ଅମିତ ଅଙ୍କଲ ଏହି ଭୁଲ ପାଇଁ ମୁଁ କ୍ଷମା ମାଗୁଛି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More