Only for Entertainment

ପାପା ନେଇଗଲେ ଗାଡ଼ି ଚାବି! ମେଟ୍ରୋ ଯାତ୍ରାରେ ନଜର ଆସିଲେ ସନି ଦେଓଲଙ୍କ ପୁଅ ।

bollywood tadka
93

ବଲିଉଡ ଆକ୍ଟର ସନି ଦେଓଲଙ୍କ ପୁଅ କରନ ଦେଓଲ ଖୁବଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । କରନଙ୍କ ଡେବ୍ୟୁ ଫିଲ୍ମର ନାମ ହେଉଛି’ ପଲ ପଲ ଦିଲ କେ ପାସ’, ଯାହାର ନିର୍ଦ୍ଦେଶନା ଦେଉଛନ୍ତି ସନି ଦେଓଲ । ଫିଲ୍ମର ସୁଟିଂ ଆରମ୍ଭ ହୋଇ ସାରିଲାଣି । ତେବେ ଏହି ଖବର ଆସିବା ପରଠାରୁ ଦର୍ଶକ ଦେଓଲ ପରିବାରର ତୃତୀୟ ପିଢୀକୁ ସ୍କ୍ରିନରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।

 

View this post on Instagram

 

#sunnydeol son #karandeol snapped at andheri- ghatkoapar metro ride.

A post shared by Viral Bhayani (@viralbhayani) on

ନିକଟରେ କରନଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଖବର ଅନୁସାରେ ଟ୍ରାଫିକ ଭିଡ଼ ହେତୁ ସୁଟିଂକୁ ଯିବାପାଇଁ ବ୍ୟକ୍ତିଗତ ଗାଡ଼ିରେ ଅଧିକ ସମୟ ଲାଗୁଥିବାରୁ କରନ ମେଟ୍ରୋରେ ଯାତ୍ରା କରୁଛନ୍ତି ।

କହିରଖୁଛୁଯେ କରନଙ୍କ ଏହି ଡେବ୍ୟୁ ଫିଲ୍ମ ରୋମାଂଟିକ କାହାଣୀ ଉପରେ ପର୍ଯ୍ୟବେଷିତ । ଫିଲ୍ମର ପ୍ରଥମ ସିଡ୍ୟୁଲ ମନାଲୀରେ ସୁଟିଂ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More