Only for Entertainment

ଧାରା ୩୭୭: ସମଲିଙ୍ଗୀକତା ଉପରେ ଆସିଲା ନିଷ୍ପତ୍ତି ତ କରଣ ଜୋହର କହିଲେ ‘ଅକ୍ସିଜେନ ମିଳିଗଲା’ ।

NDTV
0 62

ସମାଜରେ ଯଦିଓ ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକୃତି ଦିଆଯାଇ ନାହିଁ ମାତ୍ର ଭାରତରେ ଏବେ ଏହି ଶ୍ରେଣୀରେ ଗଣା ଯାଉଥିବା ସମ୍ପର୍କକୁ ବୈଧ କରାଯାଇଛି । ଭାରତରେ ଏବେ ସମଲିଙ୍ଗୀ ଅପରାଧ ନୁହେଁ । ସୁପ୍ରିମକୋର୍ଟ ଆଇପିସି ଧାରା ୩୭୭କୁ ଅବୈଧ ବୋଲି ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ନେଇ ବଲିଉଡରେ ମଧ୍ୟ ଖୁସିର ଲହରି ଖେଳି ଯାଇଛି । ନିଜ ଫିଲ୍ମରେ ଗେ’ ଭୂମିକାକୁ ପ୍ରମୁଖତା ଭାବେ ଦେଖାଉଥିବା ନିର୍ଦ୍ଦେଶକ କରଣ ଜୋହରଙ୍କ ଠାରୁ ନେଇ ବିକ୍କି କୌଶଲ, ସ୍ୱରା ଭାସ୍କର, ଆୟୁଷ୍ମାନ ଖୁରାନାଙ୍କ ପର୍ଯ୍ୟନ୍ତ ସମସ୍ତ କଳାକାର ଏହି ନିଷ୍ପତ୍ତିରେ ଖୁସି ଜାହିର କରିଛନ୍ତି ।

କରଣ ଜୋହର ଏହି ନିଷ୍ପତ୍ତି ପରେ ଏକ ଟ୍ୱିଟ ଜରିଆରେ ଲେଖିଛନ୍ତି ଯେ ଐତିହାସିକ ନିଷ୍ପତ୍ତି ଯାହାକୁ ଶୁଣି ସେ ଆଜି ଗର୍ବିତ । ସମଲିଙ୍ଗିକତାକୁ ଅପରାଧୀକ ଶ୍ରେଣୀ ଧାରା ୩୭୭ରୁ ହଟାଇବା ସମାନ ଅଧିକାର ଏବଂ ମାନବତା ପାଇଁ ଏକ ବୃହତ ସକରାତ୍ମକ ନିଷ୍ପତ୍ତି ବୋଲି କହିଛନ୍ତି କରଣ ଜୋହର । ଦେଶକୁ ନିଜର ଅକ୍ସିଜେନ ପୁଣି ମିଳିଥିବା ମଧ୍ୟ ଲେଖି ଟ୍ୱିଟ କରିଛନ୍ତି କରଣ ।

ଏହିଭଳି ଆୟୁଷ୍ମାନ ଖୁରାନା ମଧ୍ୟ ସେହିଭଳି କିଛି ଟ୍ୱିଟ କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ଆଜିର ସୂର୍ଯ୍ୟ କିରଣ ପ୍ରଗତିଶାଳୀ ଭାରତକୁ ଉଜ୍ୱଳ କରିଛି ଏବଂ ସେହିଭଳି ଅଭିନେତ୍ରୀ ସ୍ୱରା ଭାସ୍କର ସମସ୍ତ କର୍ମକର୍ତ୍ତାକୁ ଓ ସୁପ୍ରିମକୋର୍ଟକୁ ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More