Only for Entertainment

ସୋସିଆଲ ମିଡ଼ିଆ ଟ୍ଵିଟର୍‌ରେ ‘ସେମ୍‌ ଅନ୍‌ କରଣ ଜୋହର’ ଟ୍ରେଣ୍ଡ୍‌ ଚାଲିବା ପରେ ସଫେଇ ଦେଲେ କରଣ

26

ସୋସିଆଲ୍‌ ମିଡିଆରେ ହାସ୍‌ଟ୍ୟାଗ୍‌ ‘ସେମ୍‌ ଅନ୍‌ କରଣ ଜୋହର’ ଟ୍ରେଣ୍ଡ୍‌ ଚାଲିବା ପରେ ପ୍ରଶଂସକମାନଙ୍କୁ ସଫେଇ ଦେଇଛନ୍ତି ସିନେ ନିର୍ମାତା କରଣ। ସେ କହିଛନ୍ତିି କି ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଅଜବ ଘଟଣା ସବୁ ଘଟୁଛି। ସେ ଜାଣନ୍ତି ନାହିଁ, ତାଙ୍କ ଆକାଉଣ୍ଟ୍‌ରେ ମନକୁ ମନ ଅନେକ କିଛି ଘଟିଯାଉଛି।

 

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ସଂପର୍କିତ ଏକ ଅପମାନଜନକ ଟ୍ଵିଟ୍‌କୁ କରଣ ଜୋହରଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରୁ ଲାଇକ୍‌ କରାଯିବା ପରେ ଟୁଇଟ୍‌ରେ ପ୍ରଶଂସକମାନେ କରଣଙ୍କ ବିରୁଧାଚରଣ କରି ହାସ୍‌ଟ୍ୟାଗ୍‌ ‘ସେମ୍‌ ଅନ୍‌ କରଣ ଜୋହର’ ଲେଖିବା ଆରମ୍ଭ କରିଥିଲେ।

କରଣ ପ୍ରଶଂସକମାନଙ୍କ ଘୃଣାର ପାତ୍ର ହେବା ପରେ ସଫେଇ ଦେଇ ଏକ ଟ୍ଵିଟ୍‌ ଲେଖି କହିଛନ୍ତି ଯେ ‘ ମୋ ଟ୍ଵିଟର୍‌ ଆକାଉଣ୍ଟ୍‌ରେ କିଛି ବୈଷୟିକ ତ୍ରୁଟି ପରିଲିଖିତ ହୋଇଛି। ଆଶ୍ଚର୍ଯ୍ୟଜନକ ଘଟଣା ସବୁ ମୋ ଆକାଉଣ୍ଟ୍‌ରେ ହେବାରେ ଲାଗିଛି। ଆପେ ଆପେ ଜୋତା ଫଟୋ ଅପ୍‌ଲୋଡ ହେବା ସହ ଆପେ ଆପେ ଅନ୍ୟର ପୋଷ୍ଟ୍‍ରେ ଲାଇକ ବି ହୋଇଯାଉଛି। ମୁଁ ଏପରିକି ସେ ପୋଷ୍ଟ୍‍ ପଢ଼ି ମଧ୍ୟ ନଥିଲି। ଯାହାବି ହେଉ, ମୁଁ କ୍ଷମା ମାଗୁଛି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More