Only for Entertainment

‘ଥାଲାପତି ବିଜୟ’ଙ୍କ ଅଭିନୀତ ‘ବିଗିଲ’ ଫିଲ୍ମ ଦେଖିବା ପରେ ନିର୍ଦ୍ଦେଶକଙ୍କ ପ୍ରଶଂସା କଲେ କରଣ ଜୋହର !

30

ସାଉଥ ସୁପରଷ୍ଟାର ବିଜୟ ଓ ତାଙ୍କ ଅଭିନୀତ ଫିଲ୍ମ ବିଗିଲକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ସପ୍ତାହକ ମଧ୍ୟରେ ଫିଲ୍ମ ୨୦୦କୋଟି କ୍ଲବରେ ପହଁଚିସାରିଛି ଓ ଅନ୍ୟପଟେ ବିଜୟଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ମତୁଆଲା କରୁଛି । ଏହାରି ଭିତରେ ବଲିଉଡ ଫିଲ୍ମ ମେକର କରଣ ଜୋହର ଟୁଇଟ କରି ବିଜୟଙ୍କ ପ୍ରଶଂସା କରିଛନ୍ତି । ବିଗିଲକୁ ଦମଦାର ସିନେମା କହିବା ସହ ବିଜୟଙ୍କ ଅଦ୍ଭୁତ ଅଭିନୟର ପ୍ରଶଂସା କରିଛନ୍ତି କରଣ ଜୋହର । କେବଳ ଅଭିନେତା ଓ ଫିଲ୍ମର ନୁହେଁ ନିର୍ଦ୍ଦେଶକଙ୍କ ମଧ୍ୟ ପ୍ରଶଂସା କରିଛନ୍ତି କରଣ ।



ଗତ ସପ୍ତାହରେ ରିଲିଜ ହୋଇଥିବା ବିଗିଲରେ ନାରୀ ସଶକ୍ତିକରଣ କାହାଣୀକୁ ନେଇ ପର୍ଯ୍ୟବେସିତ ହୋଇଛି । ପ୍ରଥମ ଦିନରେ ବାହୁବଲୀ ୨ର ବକ୍ସ ଅଫିସ କଲେକ୍ସନ ଭାଙ୍ଗିବା ସହ ଗୋଟେ ପରେ ଗୋଟେ ରେର୍କଡ ନିଜ ନାଁରେ କରୁଛି ବିଗିଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More