Only for Entertainment

କରଣ ଜୋହରଙ୍କ ବଡ ଘୋଷଣା, କ୍ୟାପଟେନ ବିକ୍ରମଙ୍କ ରୋଲରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା

The Indian Express
0 55

ବଲିଉଡରେ ଏବେ ବୟୋପିକର ଟ୍ରେଣ୍ଡ ଚାଲିଛି । ‘ଏମ ଏସ ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ’ର ସଫଳତା ପରେ ଅନେକ ବାୟୋପିକ ଫିଲ୍ମ ରିଲିଜ ହେବା ସହିତ ସଫଳ ମଧ୍ୟ ହୋଇଛି । ବର୍ତ୍ତମାନ ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’କୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି । ଫିଲ୍ମରେ ଟ୍ରିଜର ରିଲିଜ ହେବା ପରେ ଫିଲ୍ମକୁ ଦେଖିବା ପାଇଁ ସମସ୍ତ ଚାହିଁବସିଛନ୍ତି ।

ଇତି ମଧ୍ୟରେ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର କାରଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଉପରେ ବୟୋପିକ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଲିଡ ରୋଲରେ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ । ଏହାର ସୂଚନା କରଣ ଜୋହର ଟୁଇଟ କରି ଦେଇଛନ୍ତି ।


ଧର୍ମା ପ୍ରଡକ୍ସନ ଏବଂ ସବୀର ବକ୍ସୱାଲା ମିଳିତ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିଷ୍ଣୁ ପ୍ରଧାନ । ଏହାର କାହାଣୀ ଲେଖିବେ ସନ୍ଦୀପ ଶ୍ରୀବାସ୍ତବ । ଆପଣଙ୍କୁ କହିରଖୁଛୁ ଯେ ବିକ୍ରମ ବତ୍ରାଙ୍କ ‘ୟେ ଦିଲ ମାଙ୍ଗେ ମୋର’ ଡାଇଲଗ ଖୁବ ଫେମସ ଥିଲା । ବିଜୟ ହାସିଲ କରିବା ପରେ ସେ ସର୍ବଦା ଏହି ଡାଇଲଗ କହୁଥିଲେ ।
sidharth-1
ଫିଲ୍ମକୁ ନେଇ ସିଦ୍ଧାର୍ଥ ଖୁବ ଉତ୍ସାହିତ ଥିବା ସେ କହିଛନ୍ତି । ଫିଲ୍ମରେ ସିଦ୍ଧାର୍ଥଙ୍କବୁ ଡବଲ ରୋଲରେ ଦେଖିବାକୁ ମିଳିବ । ଏହା ସହିତ ସେ କହିଛନ୍ତି କ୍ୟାପଟେନ ବିକ୍ରମଙ୍କ କାହଣୀ ଅନେକ ଲୋକଙ୍କୁ ପ୍ରଭାବିତ କରିଛି । ତାଙ୍କର କାହାଣୀ ସମସ୍ତଙ୍କ ପାଖରେ ପହଁଚିବା ଜରୁରୀ ।

img447-500x320

ଉଲ୍ଲେଖଯୋଗ୍ୟ ଯେ, କରଗିଲ ଯୁଦ୍ଧର କ୍ୟାପଟେନ ବିକ୍ରମ ବତ୍ରା ୭ ଜୁଲାଇ ୧୯୯୯ରେ ସହିଦ ହୋଇଥିଲେ । କାରଗିଲ ଯୁଦ୍ଧ ବିଜୟରେ ତାଙ୍କ ବହୁତ ବଡ ଯୋଗଦାନ ଥିଲା । ସହିଦ ହେବା ପରେ ତାଙ୍କୁ ପରମବୀର ଚକ୍ରରେ ସମ୍ମାନୀତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More