Only for Entertainment

ଏହି ଡିଜାଇନରଙ୍କୁ ଡେଟ୍‌ କରୁଛନ୍ତି କରଣ ଜୋହର!

22

ବଲିଉଡ୍‌ର ଷ୍ଟାଇଲିସ୍‌ ନିର୍ଦ୍ଦେଶକ-ଆର୍‌ଜେ-ପ୍ରଯୋଜକ କରଣ ଜୋହରଙ୍କୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ସେ କେବଳ ନିଜ ଫିଲ୍ମ ଏବଂ ଚାଟ୍‌ ସୋ’ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏତେ ଦିନ ପରେ କରଣ ଜୋହର ଜଣେ ଡିଜାଇନରଙ୍କୁ ଡେଟ୍‌ କରୁଥିବା ନେଇ ଖବର ମିଳିଛି । ଏହି ଖବର ପ୍ରସାର ହେବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଡିଜାଇନର ପ୍ରବଳ ଗୁରଙ୍ଗ କରଣଙ୍କୁ ଖାସ୍‌ ଶୁଭେଚ୍ଛା ଦେବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ତେବେ ଏଭଳି ଖବର ପ୍ରସାର ହେଉଥିବା ଜାଣି ଏହା କେବଳ ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କରଣ ।

 

 

View this post on Instagram

 

Pyaar Kiya To Darna Kya. Happy birthday KJo.

A post shared by Prabal Rana Gurung (@troublewithprabal) on

ସୂଚନା ମୁତାବକ, କରଣଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ଯାଇ ଗୁରଙ୍ଗ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ଦୁହେଁ ଅତି ନିକଟତର ଥିବା ଦେଖାଯାଇଥିଲା । ଫଟୋ ସେୟାର କରାଯିବା ସହ କ୍ୟାପ୍‌ସନରେ ‘ପ୍ୟାର୍‌ କିଆ ତୋ ଡ଼ରନା କ୍ୟା’ ଲେଖାଯାଇଥିଲା । ଯାହାକୁ ଦେଖି ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More