Only for Entertainment

କରଣ ଜୋହରଙ୍କ ବଡ ଖୁଲାସା, ଜାଣନ୍ତୁ କ’ଣ ପାଇଁ ହୋଇଥିଲେ ପରିହାସର ପାତ୍ର

Eastern Eye
0 42

ରାଣୀ ମୁଖାର୍ଜୀ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନ ଖାସ ଅନ୍ଦାଜରେ କରୁଥିବାର ହେଖିବାକୁ ମିଳିଛି । ଯେଉଁଥିରେ ସେ ବଲିଉଡ କଳାକାରଙ୍କ ଜୀବନର ବଡ ହିଚକୀ ବା କଠିନ ସମୟ ବିଷୟରେ ପଚାରିଥାନ୍ତି । ଏଥିରେ ଶାହାରୁଖ ଖାନଙ୍କ ଠାରୁ ଅରମ୍ଭ କରି କ୍ୟାଟ୍ରିନା ପର୍ଯ୍ୟନ୍ତ ଅନେକ କଳାକାର ନିଜ ଜୀବନର ହିଚକୀ ବିଷୟରେ ଖୁଲାସା କରିସାରିଛନ୍ତି । ନିକଟରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର ନିଜ ଜୀବନର ବଡ ହିଚକୀ ବିଷୟରେ ଖୁଲାସା କରିଛନ୍ତି । ଏହାକୁ ଶୁଣି ରାଣୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କରଣ କହିଥିଲେ ପିଲାଦିନେ ତାଙ୍କର ସ୍କୁଲରେ ମଜାକ ଉଡାଯାଉଥିଲା । କରଣ କହିଥିଲେ ସ୍କୁଲ ଥିବା ବେଳେ ତାଙ୍କ ସ୍ୱର ଝିଅଙ୍କ ପରି ଥିଲା । ଏହାକୁ ନେଇ ତାଙ୍କ ବିଲ୍ଡିଂ ଏବଂ ସ୍କୁଲର ସିନିୟର୍ସ ତାଙ୍କ ଖୁବ ଚିଢାଉଥିଲେ ।

ଏହା ସହିତ କରଣ କହିଥିଲେ, ‘କଲେଜ ହେବାପରେ ମୁଁ ମିଷ୍ଟର ନୈଜରତଙ୍କ ଠାରୁ ପବ୍ଲିକ ସ୍ପିକିଙ୍ଗି କ୍ଲାସ ନେବାପାଇଁ ଯାଉଥିଲି । ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହରେ ମୁଁ ୩ ଥର ତାଙ୍କ ପାଖକୁ ଯାଉଥିଲି । ସେ ମୋ ସ୍ୱରକୁ ବଦଳାଇବାରେ ସାହାଯ୍ୟ କରିଥିଲେ ।’

ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ…

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More