Only for Entertainment

ଶାହରୁଖ ଖାନ ନୁହଁନ୍ତି ବରଂ କରଣ ଜୋହର ଏହି ୩୦୦କୋଟିବାଲା ସୁପରଷ୍ଟାରଙ୍କୁ ଫାଇନାଲ କଲେ ନିଜ ଫିଲ୍ମ ପାଇଁ !

dbpost
0 39

ରିର୍ପୋଟ ମୁତାବକ କରଣ ଜୋହର ରଣବୀର ସିଂଙ୍କୁ ନେଇ ଆଗାମୀ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । କରଣ ଅନେକ ଦିନରୁ ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ କରୁଛନ୍ତି । ଫିଲ୍ମ ୨୦୧୯ରେ ପରଦାକୁ ଆସିପାରେ ବୋଲି ଅନୁମାନ ଲଗାଯାଉଛି । କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ କରଣ ତାଙ୍କ ଆଗାମୀ ଫିଲ୍ମ ଶାହରୁଖ ଏବଂ କାଜୋଲଙ୍କୁ ନେଇ ପ୍ରସ୍ତୁତି କରିଥାନ୍ତେ । ମାତ୍ର ଏବେ ଏହା ସମ୍ଭବ ଜଣା ପଡୁନାହିଁ ।

ରଣବୀର ସିଂଙ୍କ ବିଷୟରେ କହିବାକୁ ଗଲେ ସେ ଏବେ ଆଗାମୀ ଫିଲ୍ମ ସିମ୍ବାର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି ଯାହାକୁ ପ୍ରଡ୍ୟୁସ କରୁଛନ୍ତି କରଣ ଜୋହର ଏବଂ ଏଥିରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରୋହିତ ସେଟ୍ଟୀ, ଯାହା ୩୦ସେପ୍ଟମ୍ବେର ୨୦୧୮ରେ ରିଲିଜ ହେବ । ଏହି ଫିଲ୍ମ ଜରିଆରେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଳୀ ଖାନ ବଲିଉଡରେ ଡେବ୍ୟୁ କରିବେ ।

 

କରଣ ଜୋହରଙ୍କ ପୂର୍ବ ଫିଲ୍ମ ‘ଏ ଦିଲ ହେ ମୁସକିଲ’ହିଟ ହୋଇଥିଲା । ରଣବିର କପୂରଙ୍କ ପରେ ଏବେ କରଣ ରଣବୀର ସିଂଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହିଁଛନ୍ତି । ଏହା ଦେଖିବା ରୋମାଂଚକର ହେବ ରଣବୀରଙ୍କ ସହ କରଣ ଆଉ କେଉଁ ଅଭିନେତାଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More