Only for Entertainment

ଏହି ଟିଭି ଅଭିନେତାଙ୍କୁ ଲଂଚ କରିବେ କରଣ ଜୋହର, ‘ଦୋସ୍ତାନା ୨’ରେ ହେଲା ଏଣ୍ଟ୍ରି

zee news
22

ବଲିଉଡରେ ଷ୍ଟାର କିଡଙ୍କୁ ଲଂଚ କରିବା ହେଉ ବା ବଡ ବଜେଟରେ ମଲ୍ଟିଷ୍ଟାରର ଫିଲ୍ମ ହେଉ କରଣ ଜୋହରଙ୍କ ଠାରୁ ଭଲ ଆଉ କେହି କରିପାରିବେ ନାହିଁ । ବଲିଉଡରେ ଅନେକ ଷ୍ଟାରଙ୍କୁ ଲଂଚ କରିଥିବା କରଣ ଜୋହର ଏବେ ଟିଭି ଅଭିନେତା ଲକ୍ଷ୍ୟଙ୍କୁ ‘ଦେସ୍ତାନା ୨’ରେ ଲଂଚ କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମର ସିକ୍ୱଲ ପାଇଁ ପ୍ରଥମରୁ ହିଁ ଜାହ୍ନବୀ କପୁର ଏବଂ କାର୍ତ୍ତିକ ଆରନ୍ୟଙ୍କୁ ସାଇନ କରାଯାଇଛି । ଏବେ ଫିଲ୍ମର ତୃତୀୟ ଲିଡ ଷ୍ଟାର ଭାବେ ଲକ୍ଷ୍ୟ ନଜର ଆସିବେ ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ଲକ୍ଷ୍ୟ ଡେବ୍ୟୁ କରିବା ପୂର୍ବରୁ ଧର୍ମା ପ୍ରଡକ୍ସନର ୪ଟି ଫିଲ୍ମ ସାଇନ କରିଛନ୍ତି । ଲକ୍ଷ୍ୟ ଟିଭି ଦୁନିଆର ଜଣାଶୁଣା ନାମ ଏବଂ ସେ ଅନେକ ବ୍ରାଣ୍ଡ ପାଇଁ ମଡେଲିଂ ମଧ୍ୟ କରିଛନ୍ତି ।

କହିରଖୁଛୁ ଯେ, କରଣ ଜୋହର ସୋସିଆଲ ମିଡିଆରେ ଘୋଷଣା କରି କହିଥିଲେ ଯେ, ଫିଲ୍ମ ‘ଦୋସ୍ତାନା ୨’ରେ ଜାହ୍ନବୀ କପୁର ଏବଂ କାର୍ତ୍ତିକ ଆର‌୍ୟନ ମୂଖ୍ୟ ଭୂମିକାରେ ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଫିଲ୍ମରେ ଦୁହେଁ ଭାଇ ଭଉଣୀ ଭୂମିକାରେ ନଜର ଆସିବେ । କିନ୍ତୁ ଏଥିରେ ବଡ ଟୁଇଷ୍ଟ ରହିଛି । ଦୁହିଁଙ୍କୁ ଗୋଟିଏ ପୁଇ ସହିତ ପ୍ରେମ ହୋଇଯାଏ । ତେବେ ଏହା ତ ଫିଲ୍ମ ରିଲିଜ ପରେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More