Only for Entertainment

ଏବେ ଏହି ଷ୍ଟାର କିଡଙ୍କୁ ଲଂଚ କରିବାକୁ ଯାଉଛନ୍ତି କରଣ ଜୋହର, ଦୋସ୍ତାନା-୨ରେ ଆସିବେ ନଜର !

23

ବଲିଉଡର ସବୁଠାରୁ ବଡ ‘ଗଡଫାଦର’ କରଣ ଜୋହର ଷ୍ଟାର କିଡଙ୍କୁ ଲଂଚ କରିବାକୁ ଯାଉଛନ୍ତି । ଆଲିୟା ଭଟ୍ଟ, ବରୁଣ ଧୱନ, ଜାହ୍ନବୀ କପୂର, ଅନନ୍ୟା ପାଣ୍ଡେଙ୍କ ସମେତ ଅନେକ କଳାକାରଙ୍କ ସଫଳତା ଦେଖି ଲାଗୁଛି ଅନେକ ଷ୍ଟାରଙ୍କ ପରିବାରର ଭରସା କେବଳ କରଣ ଜୋହର ହିଁ ଅଟନ୍ତି ।

ଏହି ଷ୍ଟାର କିଡ୍ସଙ୍କ ତାଲିକାରେ ଆଉ ଏକ ନାଁ ଯୋଡି ହେବାକୁ ଯାଉଛି, ଯାହାଙ୍କ ନାଁ ହେଉଛି ଫତେହ ରନ୍ଧାୱା । ଯଦି ଆପଣଙ୍କୁ ଫତେହ ରନ୍ଧାୱାଙ୍କ ବିଷୟରେ ଜଣା ନାହିଁ ତେବେ ଏଠାରେ ଆମେ କହି ରଖୁଛୁ ଯେ ସେ ବିନ୍ଦୁ ଦାରା ସିଂ ଏବଂ ପୂର୍ବ ଅଭିନେତ୍ରୀ ଫରହା ନାଜଙ୍କ ପୁଅ ଅଟନ୍ତି । ଅର୍ଥାତ ଦାରା ସିଂଙ୍କ ନାତି । ଖବର ମୁତାବକ ଫତେହ ଦୋସ୍ତାନାର ସିକ୍ୱେଲରେ ନଜର ଆସିବାକୁ ଯାଉଛନ୍ତି । ଏଥିରେ ତାଙ୍କ ସହ କାର୍ତ୍ତିକ ଆର୍ୟନ ଏବଂ ଜାହ୍ନବୀ କପୂର ଦୋସ୍ତାନା୨ରେ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

View this post on Instagram

 

🌊 . . . . . . . Shot by- @vedishnaidu Styled by- @styledbysaloni Hair – @nat_chava Makeup- @prachitamahale

A post shared by Fateh (@fateh.farha) on


ଖବର ମୁତାବକ କରଣ ଜୋହର ଫତେହ ରନ୍ଧାୱାଙ୍କ ପାଖରୁ ଅନେକ ଆଶା ରଖିଛନ୍ତି । କରଣଙ୍କ ମୁତାବକ ବରୁଣ ଧୱନ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଭଳି ଲମ୍ବା ରେସରେ ଦୌଡିବେ । ମାତ୍ର ଏବେ ପର୍ଯ୍ୟନ୍ତ ଏ ସମ୍ପର୍କରେ ସ୍ପଷ୍ଟ ଘୋଷଣା ହୋଇନି ।

ଅଭିନେତା ବିନ୍ଦୁ ଦାରା ସିଂ ନିଜ ପୁଅଙ୍କ ପରିଶ୍ରମର ପ୍ରଶଂସା କରି କରି ଥକୁ ନାହାନ୍ତି । ବଲିଉଡ ସହ ଜଡିତ ସୂତ୍ରର କହିବା ମୂତାବକ ଫତେହ ୪ବର୍ଷ ହେବ ଆକ୍ଟିଂ ଡିପାର୍ଟମେଂଟରେ ସଫଳତା ପାଇଁ ଖୁବ ପରିଶ୍ରମ କରିବାରେ ଲାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More