Only for Entertainment

‘ଅର୍ଜୁନ ରେଡ୍ଡୀ’ ପରେ ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ଫିଲ୍ମ ‘ଡିଅର କାମରେଡ’ର ହେବ ହିନ୍ଦୀ ରିମେକ, କରଣ ଜୋହର କିଣିଲେ ହିନ୍ଦୀ ରାଇଟ୍ସ

latestly
84

ଫିଲ୍ମ ନର୍ମାତା କରଣ ଜୋହର ନିକଟରେ ଘୋଷଣା କରିଛନ୍ତି ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଆଗାମୀ ତେଲଗୁ ଫିଲ୍ମ ‘ଡିଅର କମରେଡ’ର ହିନ୍ଦୀ ରିମେକ ନର୍ମାଣ କରିବେ । ‘ଡିଅର କାମରେଡ’ର ସ୍କ୍ରିନିଂ ଦେଖିବା ପରେ କରଣ ଜୋହର ମଙ୍ଗଳବାର ଟ୍ୱିଟରରେ ଫିଲ୍ମର ପ୍ରଶଂସା କରିଥିଲେ ।

ସେ ଟ୍ୱିଟ କରି ଲେଖିଛନ୍ତି, ‘ଡିଅର କାମରେଡ କୁ ସର୍ବ ପ୍ରଥମେ ଦେଖି ଥିବାର ଖୁସି ହେଲା । ଏହା ସଶକ୍ତ ଏବଂ ଗଭୀର ପ୍ରେମ କାହଣୀ । ବିଜୟ ଏବଂ ରଶ୍ମିକା ମନ୍ଦାନାଙ୍କ ପ୍ରଦର୍ଶନ ଖୁବ ଭଲ ହୋଇଛି ।’

ଏହା ସହିତ କରଣ ଜୋହର ଲେଖିଥିଲେ, ‘ଏହା ଘୋଷଣା କରି ଖୁସି ଅନୁଭବ ହେଉଛି ଯେ ଧର୍ମା ପ୍ରଡକ୍ସନ ଫିଲ୍ମ ‘ଡିଅର କାମରେଡ’ର ହିନ୍ଦୀ ରିମେକ ନିର୍ମାଣ କରିବାକୁ ଯାଉଛି । ଏହାକୁ ନେଇ ଖୁବ ଉତ୍ସାହିତ ଅଛି ।’ କହିରଖୁଛୁ ଯେ, ଭାରତ କମ୍ମା ନିର୍ଦ୍ଦେଶିତ ଏହି ଫିଲ୍ମ ୨୬ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More