Only for Entertainment

ଈଶା ଅମ୍ବାନିଙ୍କ ସଙ୍ଗୀତରେ ଦେଖିବାକୁ ମିଳିବ କରଣ ଜୋହରଙ୍କ ସ୍ପେଶାଲ ଡ୍ୟାନ୍ସ !

indiatoday
28

ଆସନ୍ତା ୧୨ରେ ବିବାହ କରିବେ ଇଶା ଅମ୍ବାନି । ଦେଶର ସବୁଠୁ ବଡ ଧନୀ ମୁକେଶ ଅମ୍ବାନି ଝିଅ ଈଶା ତାଙ୍କ ଘନିଷ୍ଟ ବନ୍ଧୁ ଆନନ୍ଦ ପରିମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ବିବାହ ପାଇଁ ଏବେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଈଶାଙ୍କ ବିବାହରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି । ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର ସ୍ୱତନ୍ତ୍ର ନୃତ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଖବର ଅନୁସାରେ ଇଶାଙ୍କ ସଙ୍ଗୀତ ସେରେମାନୀରେ ପରଫମ କରିବା ପାଇଁ ନୃତ୍ୟ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି କରନ ।

Isha-Ambani

ମୁକେଶଙ୍କ ପତ୍ନୀ ନିତୁଙ୍କ ଅନୁରୋଧ କ୍ରମେ କରଣ ବିବାହରେ ନୃତ୍ୟ ପରିବେଷଣ କରିବେ । ତେବେ ଈଶାଙ୍କ ବିବାହକୁ ନେଇ ବିଶ୍ୱର ଚାଡିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଏକ ବ୍ୟୟବହୁଳ ବିବାହ ହେବ ବୋଲି ଅନୁମାନ କରାଯାଉଛି । ଇଶାଙ୍କ ବିବାହ ପୂର୍ବରୁ ଅମ୍ବାନି ପରିବାର ଘରେ ଗ୍ରହ ଶାନ୍ତି ପୂଜା ରଖିଥିଲେ । ଏହି ପୂଜାରେ ଇଶା ଭରାତର ଜଣାଶୁଣା ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖର୍ଜୀଙ୍କ ଡିଜାଇନର ଲେହେଙ୍ଗାରେ ନଜର ଆସିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More