Only for Entertainment

କରଣ ଜୋହରଙ୍କ ବୟାନ: ଏକ ଫ୍ଲପ୍ ଆକ୍ଟର ମୁଁ, ବକ୍ସ ଅଫିସରେ ହିଟ ହୋଇପାରିଲାନି ମୋର କୌଣସି ଫିଲ୍ମ

DNA India
0 48

କରଣ ଜୋହର ନିର୍ଦ୍ଦେଶକ ନିର୍ମାତା ହେବା ସହିତ ଜଣେ ଅଭିନେତା ମଧ୍ୟ । ସେ ‘ବମ୍ବେ ଭେଲଭେଟ’ ଏବଂ ‘ୱଲକମ ଟୁ ନ୍ୟୁୟର୍କ’ ପରି ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ କରଣ ନିଜକୁ ଭଲ ଅଭିନେତା ମାନୁ ନାହାଁନ୍ତି ।

କରଣ ଅଭିନୟ କରିଥିବା ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଛି । କରଣ କହିଛନ୍ତି ଯେ ସେ ନିଜକୁ ଫ୍ଲପ ଅଭିନେତା କହିବାକୁ ପସନ୍ଦ କରନ୍ତି । ମରାଠୀ ଫିଲ୍ମରେ ଅଭିନୟ କରିବା ପ୍ରଶ୍ନରେ କରଣ କହିଥିଲେ ମୋର ଗୋଟିଏ ବି ଫିଲ୍ମ ସଫଳ ହୋଇପାରିଲା ନାହିଁ । ମୁଁ ବମ୍ବେ ଭେଲଭେଟ ଏବଂ ୱଲକମ ଟୁ ନ୍ୟୁୟର୍କରେ କାମ କରିଛି କିନ୍ତୁ ଦୁଇଟି ଯାକ ବକ୍ସ ଅଫିସରେ ବିଫଳ ହେଲା । କେହି ମୋତେ ଫିଲ୍ମରେ ନେବା କଥା ନୁହେଁ । ମୁଁ ସବୁଠାରୁ ବଡ ଫ୍ଲପ ଅଭିନେତା ।

କରଣ ମରାଠୀ ଫିଲ୍ମ ‘ବକେଟ ଲିଷ୍ଟ’ର ଟ୍ରେଲର ରିଲିଜ ହେବା ସମୟରେ ଏହି ବୟାନ ଦେଇଥିଲେ । ମାଧୁରୀ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ମରାଠୀ ଫିଲ୍ମରେ ଡେବ୍ୟୁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More