Only for Entertainment

ଦୁଷ୍କର୍ମ ଅଭିଯୋଗରେ ଜେଲରୁ ଯାଇ ଫେରିବା ପରେ ଏବେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ କରଣ !

74

କିଛି ମାସ ତଳେ ଜଣେ ମହିଳା ଜ୍ୟୋତିଷ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିଲେ । ଯାହା ପରେ କରଣଙ୍କୁ ଗିରଫ କରିଥିଲା ପୁଲିସ । ମାସେ ଜେଲରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି କରଣ । ଅଭିଯୋଗ ଆଣିଥିବା ମହିଳା ମିଛ କହି କରଣଙ୍କୁ ଫସାଇଥିବାରୁ ପୁଲିସ ଅଭିଯୁକ୍ତ ମହିଳାକୁ ଏବେ ଗିରଫ କରି ନେଇଛି । ତେବେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିବା ପରେ ଏବେ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ କରଣ ।

ନିଜ ସହ କଳାକାର ମୋନା ସିଂହଙ୍କ ସହ ସେ ପ୍ରେମ ସଂପର୍କରେ ଥିବା ବେଳେ ଏବେ ଦୁହେଁ ଅଲଗା ହୋଇ ଯାଇଛନ୍ତି । ନିଜ ଭଙ୍ଗା ସଂପର୍କକୁ ନେଇ କରଣ କହିଛନ୍ତି, ମୁଁ ମୋନା ସିଂହଙ୍କ ସହ ରହିବାକୁ ଚାହୁଁଥିଲି । ସେ ଜଣେ ଭଲ ମଣିଷ ଏବଂ କଳାକାର ମଧ୍ୟ । କିନ୍ତୁ ଆମେ ଦୁହେଁ ପରସ୍ପରଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲୁ । ଏବେ ସେ ନିଜର କ୍ୟାରିୟରରେ ବହୁତ ଆଗକୁ ବଢ଼ୁଛନ୍ତି, ତେଣୁ ବିବାହ କଥା ଚିନ୍ତା ମଧ୍ୟ କରୁ ନାହାନ୍ତି । କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏହି  ପାଇଁ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More