Only for Entertainment

କରଣଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କୁ ଚାକୁରେ ଆକ୍ରମଣ । ଦିଆଗଲା ଏଭଳି ଧମକ ।

bollywood tadka
23

ଟିଭି ଆକ୍ଟର କରଣ ଓବରୟଙ୍କ ଉପରେ ନିକଟ ଅତୀତରେ ଜଣେ ମହିଳାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଯୌନ ଶୋଷଣ କରିଥିବାର ଅଭିଯୋଗ ଆସିଛି । ଯେଉଁ କାରଣ ପାଇଁ ତାଙ୍କ ୧୪ ଦିନ ପାଇଁ ପୋଲିସ ଅଧୀନକୁ ପଚରାଉଚରା କରିବା ପାଇଁ ନିଆଯାଇଛି ।

ଏବେ ଏହି ମାମଲାକୁ କେନ୍ଦ୍ର କରି ଆଉ ଏକ ଖବର ସାମ୍ନାକୁ ଆସିଛି । ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍‌ ଆରୋହୀ ଆକ୍ରମଣ କରିବା ସହ ଏତଲା ଫେରାଇ ଆଣିବାକୁ ଧମକ ଦେଇଥିବା ଜଣା ପଡ଼ିଛି । ଏ ନେଇ ପୀଡ଼ିତା ମୁମ୍ବାଇ ପୁଲିସରେ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତାଙ୍କ ଉପରେ ଦୁଇଜଣ ବାଇକ୍‌ ଆରୋହୀ ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏକ ଚିଠି ଫିଙ୍ଗିଥିଲେ । ଚିଠିରେ ଏତଲା ଫେରାଇ ଆଣିବାକୁ ଧମକ ଦିଆଯାଇଥିଲା । ତେବେ ଏ ଘଟଣାକୁ ନେଇ ଏତଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ କରି ଦେଇଛି ପୁଲିସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More