Only for Entertainment

ବିପାଶା ହେଉଛନ୍ତି ତୃତୀୟ ପତ୍ନୀ, ଏହି ଦୁଇ ଅଭିନେତ୍ରୀ ମଧ୍ୟ ରହିଛନ୍ତି କରଣ ସିଂ ଗ୍ରୋଭରଙ୍କ ୱାଇଫ

bollywood tadka
88

ବଲିଉଡ ଅଭିନେତା କରଣ ସିଂ ଗ୍ରୋଭର ଆଜି ନିଜର ୩୭ ତମ ଜନ୍ମଦିନ ପାପଳନ କରୁଛନ୍ତି । ୨୩ ଫେବୃଆରୀ ୧୯୮୨ରେ ଦିଲ୍ଲୀରେ ଜନ୍ମିତ କରଣ ସର୍ବଦା ନିଜର ପର୍ସନାଲ ଲାଇଫକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅନେକ ଟିଭି ସିରିଏଲ ଏବଂ ଫିଲ୍ମରେ କାମ କରି ସାରିଥିବା କରଣଙ୍କ ତୃତୀୟ ପତ୍ନୀ ହେଉଛନ୍ତି ବିପାଶା ବସୁ । ଏହା ପୂର୍ବରୁ ସେ ଦୁଇ ଦୁଇଟି ବିବାହ କରିଥିଲେ । ତେବେ କରଣଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ମ୍ୟାରେଡ ଲାଇଫ ବିଷୟରେ ।

Karan-Singh-Grover  କରଣ ୨୦୦୮ରେ ଟିଭି ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ରଖୁଥିଲେ । ସେ ସମୟରେ କରଣଙ୍କ ଅଫେୟର ରିଅଲିଟି ଶୋ ‘ଝଲକ ଦିଖଲା ଜା’ର କୋରିଓଗ୍ରାଫର ନିକୋଲଙ୍କ ସହିତ ଥିଲା । ୧୦ ମାସର ବିବାହ ମଧ୍ୟରେ କରଣ ଶ୍ରଦ୍ଧାଙ୍କ ପ୍ରତି କେବେ ବି ଲୟାଲ ରହିପାରିଲେ ନାହିଁ । ଶେଷରେ ଶ୍ରଦ୍ଧା କରଣଙ୍କ ଠାରୁ ଛାଡପତ୍ର ନେବାର ନିର୍ଣ୍ଣୟ ନେଲେ ।

ତଲାକ ପରେ ମଧ୍ୟ କରଣଙ୍କ ଏହି ଅଭ୍ୟାସ ବଦଳିନ ଥିଲା । ଶ୍ରଦ୍ଧାଙ୍କ ଠାରୁ ଅଲଗା ହେବା ପରେ ସେ ଏକା ସହିତ ଦୁଇ ଜଣଙ୍କୁ ଡେଟ କରୁଥିଲେ । ନିକୋଲଙ୍କ ସହିତ ସେ ନିଜ ଜୀବନରେ ଜେନିଫର ୱିଙ୍ଗେଟଙ୍କୁ ମଧ୍ୟ ଡେଟ କରିବାକୁ ଲାଗିଲେ । ସେତେବେଳେ ଜେନିଫର ଏବଂ କରଣ ଟିଭି ଶୋ’ ‘ଦିଲ ମିଲ ଗଏ’ରେ ନଜର ଆସୁଥିଲେ । ପରେ ନିକୋଲଙ୍କ ସହିତ ବ୍ରେକଅପ ପରେ କରଣ ଜେନିଫରଙ୍କୁ ପ୍ରପୋଜ କରିଥିଲେ । ୨୦୧୨ରେ କରଣ ଜେନିଫରଙ୍କୁ ବିବାହ କରିଥିଲେ ।

ଜେନିଫରଙ୍କୁ ବିବାହ କରିବା ପରେ ମଧ୍ୟ କରଣଙ୍କ ପୁରୁଣା ଅଭ୍ୟାସ ବଦଳିନଥିଲା । ଏପରିକି ଜେନିଫର ‘ଦିଲ ମିଲ ଗୟେ’ ସେଟରେ ହିଁ କରଣଙ୍କୁ ଅନ୍ୟ ଏକ ଝିଅଙ୍କ ସହିତ ଧରିଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ ।
କହିରଖୁଛୁ ଯେ, ଟିଭି ସିରିଏଲରେ କାମ କରିବା ସହିତ କରଣଙ୍କୁ ଫିଲ୍ମରେ କାମ କରିବାର ଅପର ମିଳିବାକୁ ଲାଗିଲା । ତାପଙ୍କର ପ୍ରଥମ ଫିଲ୍ମ ‘ଏଲୋନ’ ଥିଲା । ଏହି ଫିଲ୍ମରେ ସେ ଅଭିନେତ୍ରୀ ବିପାଶାଙ୍କ ସହିତ ନଜର ଆସିଥିଲେ । ଏହି ଫିଲ୍ମର ସୁଟିଂ ସମୟରୁ ହିଁ ସେ ବିପାଶାଙ୍କ ପ୍ରେମ ରେ ପଡିଯାଇଥିଲେ । ଏହି କାରଣରୁ କରଣ ଏବଂ ଜେନିଫରଙ୍କ ମଧ୍ୟରେ ଝଗଡା ଲାଗିରହଲା । ଶେଷରେ ୨୦୧୬ରେ କରଣ ଜେନିଫରଙ୍କୁ ତଲାକ ଦେଇ ତାଙ୍କ ଠାରୁ ୪ ବର୍ଷ ବଡ ବିପାଶାଙ୍କୁ ବିବାହ କରିଥିଲେ । ଏବେ ଦୁହେଁ ନିଜ ବୈବାହିକ ଜୀବନକୁ ଏଞ୍ଜୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More