Only for Entertainment

ମସ୍କୋ ଏୟାରପୋର୍ଟରେ ଅସୁବିଧାରେ ଫଶିଲେ ବିଗବସର ଏହି ପ୍ରତିଯୋଗୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କଲେ ଏଭଳି ସାହାଯ୍ୟ !

28

ବିଗ୍‌ ବସ୍‌-୧୨ର ପ୍ରତିଯୋଗୀ କରଣବୀର ବୋହ୍‌ରା ମସ୍କୋ ଯାଇଥିବା ବେଳେ ତାଙ୍କୁ ମସ୍କୋ ବିମାନବନ୍ଦରରେ ଅଟକା ଯାଇଥିଲା । ଏ ନେଇ କରଣବୀର ଟୁଇଟ୍‌ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । କରଣଙ୍କ ଟୁଇଟ୍‌ ପରେ ଟେଲିଭିଜନ ଜଗତର ସେଲିବ୍ରିଟିମାନେ ଭାରତୀୟ ଦୂତାବାସ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଏହା ପରେ କରଣବୀରଙ୍କ ସମସ୍ୟାର ସମାଧାନ ହୋଇ ପାରିଥିଲା ।

କରଣବୀର ଟୁଇଟ୍‌ କରି, ମୁଁ ମସ୍କୋ ବିମାନବନ୍ଦରରେ ଅପେକ୍ଷା କରିଛି । କାରଣ ମୋ ପାସପୋର୍ଟ ଟିକେ ଖରାପ ହୋଇ ଯାଇଛି । ଏମାନେ ମୋତେ ଭାରତ ଫେରିଯିବାକୁ କହୁଛନ୍ତି । ଭାରତୀୟ ଦୂତାବାସ ଯଦିମୋତେ ଭିସା ଦେବା ପୂର୍ବରୁ ଏ କଥା କହିଥାନ୍ତେ । ତେବେ ଏ ସମସ୍ୟା ହୋଇ ନ ଥାନ୍ତା ବୋଲି ଲେଖିଥିଲେ ।

ତାଙ୍କର ଏଭଳି ଟୁଇଟ୍‌ ପରେ, ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ,ହିନା ଖାନ୍‌,ଅଭିନେତା ଅଲ୍ଲୀ ଅସଗରଙ୍କ ଭଳି କଳାକାର ସାମ୍ନାକୁ ଆସି କରଣବୀରଙ୍କ ସାହାଯ୍ୟ ପାଇଁ ଭାରତୀୟ ଦୂତାବାସକୁ ଅନୁରୋଧ କରିଥିଲେ ।

କରଣବୀରଙ୍କ ପ୍ରଥମ ଟୁଇଟ୍‌ ଜାନୁଆରୀ ୩୦, ସକାଳ ୧୧.୪୭ସମୟରେ ଥିବା ବେଳେ ସେ ଜାନୁଆରୀ ୩୧ ଭୋର ୦୩.୪୩ରେ ଟୁଇଟ୍‌ କରି ତାଙ୍କ ସମସ୍ୟାର ସମାଧାନ ହୋଇ ଯାଇଥିବା କହିଥିଲେ । ଅସ୍ଥାୟୀ ପାସପୋର୍ଟ ଏବଂ ଭିସା ମିଳିବା ପରେ କରଣବୀର ଭାରତୀୟ ଦୂତାବାସ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More