Only for Entertainment

ଆମୀର-କରୀନା ଚାଷୀ ଘରେ ତଳେ ବସି ଖାଦ୍ୟ ଖାଉଥିବା ସମୟର ଭିଡ଼ିଓ ଭାଇରାଲ ।

bollywoodtadka
46

ବଲିଉଡ ଆକ୍ଟର ଆମୀର ଖାନ ଏବଂ କରୀନା କପୁରଙ୍କ ଯୋଡ଼ିକୁ ଫିଲ୍ମ ଥ୍ରି ଇଡିଅଟସରେ ଖୁବ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମରେ ଦୁଇଜଣ ପ୍ରଥମ ଥର ସ୍କ୍ରିନ ଶେୟାର କରିଥିଲେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ପୁରୁଣା ଭିଡ଼ିଓରେ ଆମୀର ଖାନ ଏବଂ କରୀନା କପୁର ଫିଲ୍ମ ଥ୍ରି ଇଡିଅଟସର ପ୍ରମୋଶନ ସମୟରେ ଜଣେ କୃଷକଙ୍କ ଘରେ ଖାଦ୍ୟ ଖାଇଥିଲେ । ଏହି ଭିଡ଼ିଓ ଚନ୍ଦେରୀର ଜଣେ କୃଷକଙ୍କ ଘରର ଭିଡ଼ିଓ । ଯେଉଁଠାରେ ଆମୀର- କରୀନା ଲଂଚ କରୁଥିଲେ । କୃଷକଙ୍କ ପରିବାର ମଧ୍ୟ ଦୁଇଜଣଙ୍କ ସହିତ ଖାଦ୍ୟ ଖାଉଛନ୍ତି । ସେମାନେ ତଳେ ବସି ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି ।

ଭିଡ଼ିଓରେ ଆମୀର କହୁଛନ୍ତି ଆମେ ବହୁ ଦୂରରୁ ଆସିଛୁ । ଗାଡ଼ିରେ ଏତେ ଘଂଟା ବିତାଇବା ପରେ ଭୋକ ଲାଗୁଛି । ନିକଟରେ ବସିଥିବା ପିଲାକୁ ଆମୀର ପ୍ରଶ୍ନ କରୁଛନ୍ତି ଖାଦ୍ୟ ଖାଇଛ କି ନାହିଁ?

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଆମୀର ଫିଲ୍ମ ‘ ଲାଲ ସିଂ ଚଢା’ରେ ନଜର ଆସିବେ ଏବଂ କରୀନା ଫିଲ୍ମ ଗୁଡ଼ ନ୍ୟୁଜ ଏବଂ ତଖତରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More