Only for Entertainment

କରୀନା କପୂରଙ୍କ ପ୍ରଥମ କ୍ରଶ୍ ଥିଲେ ଏହି ଆକ୍ଟର

hindirush
59

ବଲିଉଡ ଅଭିନେତ୍ରୀ କରୀନା କପୂର ଖାନ ଛୋଟ ପରଦାରେ ଟିଭି ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ ମାଧ୍ୟମରେ ଡେବ୍ୟୁ କରି ସାରିଛନ୍ତି । ଏହି ରିଆଲିଟି ଶୋ ମାଧ୍ୟମରେ ଅଭିନେତ୍ରୀ ଏଭଳି ଏକ କଥାର ଖୁଲାସା କରିଛନ୍ତି ଯାହାକୁ ହୁଏତ ଆପଣ ଜାଣିନଥିବେ ।

 

କରୀନା ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ରେ ଜଜ୍ ଭାବରେ ନଜର ଆସୁଛନ୍ତି । ନିକଟରେ ତାଙ୍କର ପ୍ରଥମ କ୍ରଶ ବିଷୟରେ ଖୁଲାସା କରିଛନ୍ତି ବେବୋ । କହିରଖୁଛୁ ଶୋ’ର ହୋଷ୍ଟ କରଣ ବାହୀ କରୀନାଙ୍କୁ ଏକ ପ୍ରଶ୍ନ ପଚାରିଲେଯେ କିଏ ଥିଲେ କରୀନାଙ୍କର ପ୍ରଥମ କ୍ରଶ । କରଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କରୀନା କହିଲେ ‘ଆଶିକୀ’ ଫେମ ରାହୁଲ ରୟ ଥିଲେ ତାଙ୍କର ପ୍ରଥମ କ୍ରଶ୍ । କେବଳ ରାହୁଲଙ୍କ ପାଇଁ ସେ ଫିଲ୍ମ ଆଶିକୀ’କୁ ୮ ଥର ଦେଖିଥିଲେ ।
୧୯୯୦ରେ ରିଲିଜ ହୋଇଥିବା ଫିଲ୍ମ ଆଶିକୀ’ରେ ଆକ୍ଟର ରାହୁଲ କେବଳ କରୀନାଙ୍କୁ ନୁହେଁ ବରଂ ହଜାର ହଜାର ଝିଅଙ୍କୁ ଦିୱାନା କରି ଦେଇଥିଲେ । ତାଙ୍କର ଏହି ଫିଲ୍ମ ସୁପରହିଟ ମଧ୍ୟ ହୋଇଥିଲା । ଫିଲ୍ମର ଗୀତ ଆଜି ମଧ୍ୟ ସମସ୍ତେ ଗୁଣୁଗୁଣୁ ହୁଅନ୍ତି ।

କରୀନାଙ୍କ ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସେ ଖୁବଶୀଘ୍ର ଫିଲ୍ମ ଗୁଡନ୍ୟୁଜ’ରେ ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More