Only for Entertainment

ପୁଣିଥରେ କିଙ୍ଗ ଖାନଙ୍କ ସହିତ କାମ କରିବେ କରୀନା କପୁର, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର ।

DNA India
0 27

ବଲିଉଡ ଅଭିନେତ୍ରୀ କରୀନା କପୁର କିଙ୍ଗଖାନ ଶାହରୁଖଙ୍କ ସହିତ ପୁଣିଥରେ ବଡ ପରଦାରେ ନଜର ଆସିପାରନ୍ତି । ଖବର ଅନୁସାରେ ଶାହରୁଖଙ୍କ ଫିଲ୍ମ ‘ସାଲ୍ୟୁଟ’ରେ କରନୀ ଲିଡ ରୋଲରେ ନଜର ଆସିବେ । ଫିଲ୍ମ ନିର୍ମାତା ଏଥିପାୁଇଁ କରୀନାଙ୍କ ସହିତ ସମ୍ପର୍କ କରିଥିବା ଜଣାପଡିଛି ।

srk-kareena

ଶାହରୁଖଙ୍କ ଏହି ଫିଲ୍ମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମରେ ଶାହରୁଖ ରାକେଶ ଶର୍ମାଙ୍କ ଭୂମିକାରେ ନଜର ଆସିବେ । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ କରୀନା ଚଳିତ ସପ୍ତାହରେ ଫିଲ୍ମକୁ ସାଇନ କରିପାରନ୍ତି । ଯଦି ସବୁ ଠିକ ରୁହେ ତେବେ କରୀନା ଏବଂ ଶାହରୁଖଙ୍କୁ ୭ ବର୍ଷ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ ।

କରୀନା ମା’ ହେବା ପରେ ଫିଲ୍ମ ‘ବୀରେ ଦି ୱେଡିଂ’ ଜରୀଆରେ ବଲିଉଡକୁ ଫେରିଥିଲେ । ଏହାପରେ ସେ କରନ ଜୋହରଙ୍କ ଫିଲ୍ମରେ ନଜର ଆସିବେ । ଫିଲ୍ମରେ କରୀନାଙ୍କ ସହିତ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ସ୍ୱାମୀ-ସ୍ତ୍ରୀଙ୍କ ଏକ ସାଧାରଣ କାହାଣୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More