Only for Entertainment

ଫେମିନା ମିସ ଇଣ୍ଡିଆ ଫାଇନାଲରେ ନିଜର ଧମାକାଦାର ପରଫର୍ମାନ୍ସରେ ଷ୍ଟେଜରେ ନିଆଁ ଲଗାଇଲେ ବେବୋ ।

bollywoodlife
0 47

ପୁଅ ତୈମୁରଙ୍କ ଜନ୍ମ ପରେ କରୀନା ଖାନ ଲମ୍ବା ସମୟ ପର୍ଯ୍ୟନ୍ତ ସିନେ ଜଗତରୁ ଦୂରେଇ ରହିଥିଲେ । ମାତ୍ର ଲମ୍ବା ବ୍ୟବଧାନ ପରେ ତାଙ୍କର ଏକ ଫିଲ୍ମ ପରଦାକୁ ଆସିଛି ଯାହା ବ୍ଲକବାସ୍ଟର ହୋଇଛି । ‘ବୀରେ ଦି ୱେଡିଂ’ରେ କେବଳ ତାଙ୍କୁ ସଫଳତା ମିଳିନି ମାତ୍ର ଫିଲ୍ମ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । କରୀନା ଶେଷଥର ୨୦୧୬ରେ ଏକ ଆୱାର୍ଡ ସୋ’ରେ ନିଜ ପରଫର୍ମାନ୍ସ ଦେଇଥିଲେ ଏବଂ ଏହାପରେ ସେ ଗତ ମଙ୍ଗଳବାର ରାତିରେ ଷ୍ଟେଜକୁ ଫେରିଥିଲେ ।

ମଙ୍ଗଳବାର ଦିନ କରୀନା ଫେମିନା ମିସ ଇଣ୍ଡିଆ ଫାଇନାଲରେ ପରଫର୍ମ କରିଥିଲେ । ସେହି ଫାଇନାଲ ଯେ କେହି ଥିଲେ କରୀନାଙ୍କ ପରଫର୍ମାନ୍ସ ଦେଖି ଅଟକି ଯାଇଥିଲେ ।


କରୀନା କେବଳ ଏହି ସୋ ପାଇଁ ଛୁଟି ମନାଉଥିବା ଲଣ୍ଡନରେ ସେଫ ଏବଂ ତାଙ୍କ ପୁଅ ତୈମୁରଙ୍କୁ ଛାଡି ଆସିଥିଲେ । ଲମ୍ବା ସମୟ ପରେ କରୀନାଙ୍କୁ ଷ୍ଟେଜରେ ଦେଖି ସମସ୍ତେ ଖୁବ ଉପଭୋଗ କରିଥିଲେ ।


ଏକ ରିପୋର୍ଟ ମୁତାବିକ ଏହି ଇଭେଂଟ ପାଇଁ କରୀନା କେବଳ ଦୁଇ ଦିନ ଅଭ୍ୟାସ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷ ହେବା ପରେ ପୁଣି ଥରେ ସେ ଲଣ୍ଡନ ଚାଲିଯାଇଛନ୍ତି । କରୀନାଙ୍କ ଏହି ପରଫର୍ମାନ୍ସର ଅନେକ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More