Only for Entertainment

୮ ବର୍ଷ ଛୋଟ ଏହି ଅଭିନେତାଙ୍କ ସହିତ ରୋମାନ୍ସ କରିବେ କରୀନା !

singaporeonlinetop
0 37

କରୀନା କପୁର ମା’ ହେବାପରେ ଫିଲ୍ମ ‘ବିରେ ଦି ୱେଡିଂ’ରେ ବଲିଉଡକୁ ଫେରୁଛନ୍ତି । କରୀନାଙ୍କ ଏହି ଫିଲ୍ମ ଜୁନ ୧ରେ ପରଦାକୁ ଆସିବ । ଫିଲ୍ମରେ କରୀନାଙ୍କ ବ୍ୟତିତ ନବବିବାହିତା ସୋନମ କପୁର ଏବଂ ସ୍ୱରା ଭାସ୍କର ମଧ୍ୟ ନଜର ଆସିବେ । ଇତି ମଧ୍ୟରେ କରୀନାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ କରୀନାଙ୍କ ହାତକୁ ଏକ ନୂଆ ପ୍ରୋଜେକ୍ଟ ଆସିଛି । କରଣ ଜୋହର ନିଜର ଆଗାମୀ ଫିଲ୍ମ ପାଇଁ କରନାଙ୍କୁ ସାଇନ କରିଛନ୍ତି । ଏହା ସହିତ ଫିଲ୍ମରେ ‘ସୋନୁ କେ ଟିଟୁ କି ସ୍ୱିଟି’ ଷ୍ଟାର କାର୍ତ୍ତିକ ଆର୍ଯନ ମଧ୍ୟ ନଜର ଆସିବେ ।

kartik-aryan

ରିପୋର୍ଟ ଅନୁସାରେ ଫିଲ୍ମରେ ଦୁଇଟି ହିରୋ ଏବଂ ଦୁଇଟି ହିରୋଇନ ନଜର ଆସିବେ । କରୀନା କପୁରଙ୍କ ଫିଲ୍ମରେ ତାଙ୍କ ଠାରୁ ଆଠ ବର୍ଷ ଛୋଟ କାର୍ତ୍ତିକ ଆର୍ଯନଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମକୁ ରାଜ ମେହତା ନିର୍ଦ୍ଦେଶନା ଦେବେ ।

ଅନ୍ୟପକ୍ଷରେ ଫିଲ୍ମ ପାଇଁ ଅନ୍ୟ ଷ୍ଟାରକାଷ୍ଟ ଖୋଜାଚାଲିଛି । ଖବର ଶଣିବାକୁ ମିଳିଛି ଯେ ଏହି ଫିଲ୍ମ ପାଇଁ ଜାହ୍ନବୀ କପୁର ଏବଂ କୃତି ସେନନଙ୍କ ନାମ ସାମ୍ନାକୁ ଆସିଛି । କିନ୍ତୁ ଏହା ବିଷୟରେ କିଛି ଘୋଷଣା କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା କାର୍ତ୍ତିକ ଏବଂ କରୀନାଙ୍କ ନାମକୁ ଫାଇନାଲ କରାଯାଇଛି ।

Kareena-Kapoor-Khan

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ କରୀନା ଏବଂ କାର୍ତ୍ତିକ ସିଙ୍ଗାପୁରରେ ମନୀଷ ମଲହୋତ୍ରାଙ୍କ ଡ୍ରେସ ପିନ୍ଧି ର୍ୟାମ୍ପ ୱାକ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More