Only for Entertainment

‘ବିରେ ଦି ୱେଡିଂ’ ରିଲିଜ ପୂର୍ବରୁ କରୀନାଙ୍କୁ ମିଳିଲା ବଡ ପ୍ରୋଜେକ୍ଟ, କରଣ ଜୋହର କରିବେ ପ୍ରଡ୍ୟୁସ

zee news
0 32

ବଲିଉଡ ଅଭିନେତ୍ରୀ କରୀନା କପୁର ମା’ ହେବାପରେ ଖୁବ ଶୀଘ୍ର ଫିଲ୍ମ ‘ବିରେ ଦି ୱେଡିଂ’ ଜରିଆରେ ବଡ ପରଦାକୁ ଫେରୁଛନ୍ତି । ତେବେ ଏହା ରିଲିଜ ନହେଉଣୁ କରୀନାଙ୍କ ହାତରେ ଏକ ବଡ ଫିଲ୍ମ ହାତରେ ଲାଗିଛି । ଏହି ଫିଲ୍ମ ଆଉ କେହି ନୁହଁନ୍ତି ବରଂ ତାଙ୍କ ଘନିଷ୍ଠ ବନ୍ଧୁ କରଣ ଜୋହର ପ୍ରଡ୍ୟୁସ କରିବେ ।

ଖବର ଅନୁସାରେ କରଣ ଜୋହର କିଛି ଦିନରୁ କରୀନା କପୁରଙ୍କ ସହିତ ଫିଲ୍ମ କରିବା ପାଇଁ ଚାହୁଁଥିଲେ । ଶେଷ ଥର ପାଇଁ କରୀନା ‘କି ଆଣ୍ଡ କା’ରେ ନଜର ଆସିଥିଲେ ଏହା ପର ଠାରୁ ପ୍ରେଗ୍ନେସିଂ ପାଇଁ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ରହିଥିଲେ । ଏବେ ପୁଣିଥରେ ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ରାଜ ମେହତା ।

କରୀନାଙ୍କ ଏହି ଫିଲ୍ମର କାହାଣୀ ସମ୍ପର୍କ ଏବଂ ବିବାହକୁ ନେଇ ନିର୍ମାଣ ହେବ । ଏହି ଫିଲ୍ମ ସମାଜକୁ ଏକ ଭଲ ମେସେଜ ଦେବ ବୋଲି ଆଶା କରାଯାଉଛି । କରୀନା ଏହାର କାହାଣୀ ଶୁଣିବା ମାତ୍ରେ ଫିଲ୍ମ ସାଇନ କରିବା ପାଇଁ ରାଜି ହୋଇଯାଇଥିଲେ । ଫିଲ୍ମରେ କରୀନା ଏକ ମା’ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ମଧ୍ୟ କରୀନା ରା-ୱାନରେ ମା’ ଭୂମିକାରେ ନଜର ଆସିଥଲେ ।

ରାଜ ମେହତାଙ୍କ ଏହି ଫିଲ୍ମରେ କରୀନାଙ୍କ ବ୍ୟତିତ ଅନ୍ୟ ୩ ଜଣ ମୁଖ୍ୟ ଭୂମିକାରେ ନଜର ଆସିବେ । କିନ୍ତୁ ଏହି ଭୂମିକାରେ କେଉଁ କଳାକାର ନଜର ଆସିବେ ତାହା ଏପର୍ଯ୍ୟନ୍ତ ଫାଇନାଲ କରାଯାଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More