Only for Entertainment

ଦବଙ୍ଗ ଥ୍ରିରେ ମଧ୍ୟ ‘ଫେଭିକଲ ସେ’ଗର୍ଲ କରୀନା କରିବେ ଆଇଟମ ସଙ୍ଗ ।

instagram
28

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ ଟୁରେ ଫେଭିକଲ ଗୀତରେ ସମସ୍ତଙ୍କୁ ଦିୱାନା କରିଥିବା କରୀନା କପୁର ଖାନ ଫିଲ୍ମର ଅପକମିଂ ସିଜନରେ ମଧ୍ୟ ସମସ୍ତଙ୍କୁ ମତୁଆଲା କରିବାକୁ ପ୍ରସ୍ତୁତ ହେଉଛନ୍ତି । ଫେଭିକଲ ଗୀତ ପ୍ରଥମ ସିଜନରେ ଖୁବ ହିଟ ପ୍ରମାଣିତ ହୋଇଥିଲା । ଖବର ମୁତାବକ ନିର୍ମାତା ତୃତୀୟ ସିଜନରେ ମଧ୍ୟ କରୀନାଙ୍କୁ ନେବା ପାଇଁ ମନ ବଳାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେବେ ଡ୍ୟାନ୍ସ ଆଇକନ ପ୍ରଭୁ ଦେବା ।

ଖବର ଅନୁସାରେ ରୋହିତ ସେଟ୍ଟୀଙ୍କୁ ସାକ୍ଷାତ କରିବା ପରେ କରୀନା ଅରବାଜଙ୍କୁ ଦେଖା କରିବା ପାଇଁ ଜୁହୁ ଯାଇଥିଲେ । ଅରବାଜ ଦବଙ୍ଗ ସିରିଜର ପ୍ରଯୋଜକ । ଫିଲ୍ମର ପ୍ରଥମ ଭାଗରେ ମଲାଇକା ଅରୋରା ମୁନ୍ନି ବଦନାମ ହୁଇ ଆଇଟମ ଗୀତରେ ନଜର ଆସିଥିଲେ । ଦ୍ୱିତୀୟ ଭାଗରେ କରୀନା ଏବଂ ତୃତୀୟ ଭାଗରେ ମଧ୍ୟ ନଜର ଆସିବେ ବୋଲି ସୂଚନା ମିଳିଛି । ତେବେ ଫିଲ୍ମର ପ୍ରଥମ ଦୁଇ ଭାଗରେ ଆଇଟମ ସଙ୍ଗ ଖୁବ ହିଟ ହୋଇଥିଲା । ତେବେ ଏହି ସିକ୍ୱେଲରେ କରୀନାଙ୍କ ଠାରୁ ଭଲ ପସନ୍ଦ ଆଉ କିଏ ବା ହୋଇପାରିବ ।

ୱର୍କ ଫ୍ରଂଟ କଥା କହିବା ତ କରୀନା ଶେଷ ଥର ଫିଲ୍ମ ବୀରେ ଦି ୱେଡିଙ୍ଗରେ ନଜର ଆସିଥିଲେ ଏବଂ ଆଗାମୀ ଦିନରେ ଅକ୍ଷୟ କୁମାରଙ୍କ ସହିତ ଗୁଡ ନ୍ୟୁଜରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More