Only for Entertainment

ଏହି କାରଣରୁ ‘ଡିଆଇଡି’ରେ ୮ ଘଂଟାରୁ ଅଧିକ ସମୟ କାମ କରିବା ପାଇଁ ଚାହାଁନ୍ତି ନାହିଁ କରୀନା ।

24

ବଲିଉଡର ବେବୋ, କରୀନା କପୂର ଖାନ କିଛି ଦିନ ପରେ ଫିଲ୍ମ ବ୍ୟତୀତ ଡ୍ୟାନ୍ସ ରିଆଲିଟି ଶୋ ଅର୍ଥାତ ଟେଲିଭିଜନରେ ନଜର ଆସିବେ । ସେ ଡ୍ୟାନ୍ସ’ର ପପୁଲାର ରିଆଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ୍ ଭାବରେ ନଜର ଆସିବେ । ଏହି ଶୋ’ରେ ତାଙ୍କ ସହିତ କୋରିଓଗ୍ରାଫର ବୋସ୍କୋ ମାର୍ଟିସ ଏବଂ ର‌୍ୟାପର ରଫତାର ଜଜ୍ ଭାବରେ ନଜର ଆସିବେ । ଏହି ନୂଆ କାମ ପାଇଁ କରୀନା ଖୁସି ଅଛନ୍ତି, କିନ୍ତୁ ସେ ୮ ଘଂଟାରୁ ଅଧିକ ସମୟ ଦେଇପାରିବେ ନାହିଁ । ତେବେ ଏହାର କାରଣ କ’ଣ ଆସନ୍ତୁ ଆଲୋଚନା କରିବା ।

ସାଧାରଣ କ୍ଷେତ୍ରରେ ଦେଖିବାକୁ ମିଳେଯେ ଟିଭି ଶୋ ସୁଟିଂ ସମୟରେ ଯଥେଷ୍ଟ ସମୟ ଲାଗେ, ଏବଂ କେବେ କେବେ ସାରା ଦିନ ମଧ୍ୟ ସୁଟିଂରେ ବିତିଯାଏ । କିନ୍ତୁ କରୀନା ଏଭଳି କରିବାକୁ ଚାହାଁନ୍ତି ନାହିଁ । ମିଡ ଡେ ସହିତକଥା ହେଉଥିବା ସମୟରେ ସେ କହିଛନ୍ତିଯେ ନିର୍ମାତାଙ୍କୁ ସେ ଅନୁରୋଧ କରିଛନ୍ତିଯେ ସେ ୮ରୁ ୧୨ଘଂଟା ପରେ କାମ କରିବେ ନାହିଁ । ନିହାତି ଭାବରେ ଏହା ପଛର କାରଣ ହେଉଛି ତୈମୁର । କାରଣ କାରନା ତୈମୁରଙ୍କୁ ନେଇ ଖୁବ ଯତ୍ନଶୀଳା । ତେଣୁ ତୈମୁରଙ୍କ ଯତ୍ନ ନେବାରେ କୌଣସି ଅସୁବିଧା ନ ହେଉ ତେଣୁ କରୀନା ଏହା ଉପରେ ନଜର ପକାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More