Only for Entertainment

ମହିଳା ଓ ପୁରୁଷ ଟି-୨୦ ବିଶ୍ୱକପ ଟ୍ରଫିକୁ ଅନାବରଣ କରିବେ କରୀନା କପୁର ଖାନ

google
16

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଶୁକ୍ରବାର ମେର୍ଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ ଟ୍ରଫିର ଅନାବରଣ କରିବେ । ଏହି ବିଶ୍ୱକପ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ କରାଯିବ । କରୀନାଙ୍କ କହିବା ଅନୁସାରେ ଟ୍ରଫି ଅନାବରଣ ଉତ୍ସବରେ ଅଶଂ ହୋଇ ସେ ନିଜକୁ ସମ୍ମାନୀତ ଅନୁଭବ କରୁଛନ୍ତି ।

କରୀନା କହିଛନ୍ତି ‘ଏହି ପ୍ରତିଷ୍ଠିତ ସଂଧ୍ୟାର ଅଂଶ ହୋଇ ନିଜକୁ ସମ୍ମାନୀତ ଅନୁଭବ କରୁଛି । ମୁଁ ସମସ୍ତ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚାହିଁବି ଯେଉଁମାନେ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ନିଜ ନିଜ ଦେଶ ପାଇଁ ଖେଳୁଛନ୍ତି । ଏକ ଅନ୍ତରାଷ୍ଟ୍ରୀୟ ମଂଚରେ ମହିଳାମାନଙ୍କୁ ଆଗରେ ଦେଖିବା ବାସ୍ତବରେ ସଶକ୍ତିକରଣ ।’

ଫିଲ୍ମ ବିଷୟରେ କହିବାକୁ ଗଲେ କରୀନା ଖୁବ ଶୀଘ୍ର ଅକ୍ଷୟ କୁମାର, କିଆରା ଆଡଭାଣୀ ଏବଂ ଦଲଜୀତ ଦୋସାଂଝାଙ୍କ ସହିତ ଫିଲ୍ମ ‘ଗୁଡ ନ୍ୟୁଜ’ରେ ନଜର ଆସିବେ । ଏହି ଫିଲ୍ମ ବ୍ୟତିତ କରୀନା କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More