Only for Entertainment

ଥାଇ ହାଇ ସ୍ଲିଟ ଗାଉନରେ କରୀନାଙ୍କ ଗ୍ଲାମରସ ଅନ୍ଦାଜ !

25

ବଲିଉଡ ଅଭିନେତ୍ରୀ କରୀନା କପୂର ଅନେକ ସମୟରେ ନିଜ ଫଟୋ କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ କରୀନାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କରୀନା ଗ୍ରୀନ କଲରର ଥାଇ ହାଇ ସ୍ଲିଟ ଗାଉନରେ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ।

ନିଜର ଏହି ଲୁକ ସହ କରୀନା ମିଡଲ ପାର୍ଟିଂ ସହ କେଶରେ ଖୋସା ବନାଇଛନ୍ତି । କରୀନାଙ୍କ ନ୍ୟୁଡ ମେକଅପ ଏବଂ ବୋଲ୍ଡ ଆଇମେକଅପରେ ନିଜ ଲୁକକୁ କମ୍ପଲିଟ କରିଛନ୍ତି ।

  କରୀନାଙ୍କ ଏହି ଲୁକରେ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । କରୀନା ଏହି ସୁନ୍ଦର ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ଯାହା ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ କରୀନାଙ୍କ ଗାଉନ ତାଡାଶୀ ଯୋଶୀ ଡିଜାଇନ କରିଛନ୍ତି । ଏଠାରେ ଆମେ ଆପଣଙ୍କୁ ଜଚ୍ଚାଇ ରଖୁଛୁ ଯେ ସେ ଖୁବଶୀଘ୍ର ଡାନ୍ସ ରିଆଲିଟି ଶୋ’ରେ ନଜର ଆସିବେ । ଏହି ଫଟୋ ସେହି ରିଆଲିଟି ଶୋ’ର ଅଟେ । ଏବେ କରୀନା ଲଣ୍ଡନରେ ଛୁଟି ମନାଉଛନ୍ତି । ଡିଆଇଡି ସୁଟିଂ ପାଇଁ କିଛି ଦିନ ଭାରତକୁ ଆସି ପୁଣି ଲଣ୍ଡନ ପଳାଇବେ ଏବଂ ପରିବାରସହ ଛୁଟି ମନାଇବେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଗୁଡନ୍ୟୁଜରେ କରୀନା ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ୭ଡିସେମ୍ବରରେ ରିଲିଜ ହେବ । ଏହାବ୍ୟତୀତ କରୀନା ଫିଲ୍ମ ଅଂଗ୍ରେଜୀ ମିଡିଅମରେ ନଜର ଆସିବେ, ଫିଲ୍ମରେ ତାଙ୍କ ସହ ଅଭିନେତା ଇରଫାନ ଖାନ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More