Only for Entertainment

ଚର୍ଚ୍ଚାରେ କରୀନାଙ୍କ ଏହି ଟି-ସାର୍ଟ ! ଏତିକି ହଜାରର ସାର୍ଟ ପିନ୍ଧି ଜୁହୁରେ ହେଲେ ସ୍ପଟ

bollywood tadka
37

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କୁ ଇଂଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବାର ଆବଶ୍ୟକତା ନାହିଁ । କାରଣ ସେ ବିନା ଇଂଷ୍ଟାଗ୍ରାମ ଆକାଉଣ୍ଟରେ ହିଁ ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । ତେବେ କରୀନାଙ୍କ ଏହି କଥା କେଉଁଠି ନା କେଉଁଠି ସତ ପ୍ରମାଣିତ ହୋଇଛି । କାରଣ କରୀନା ଅନେକ ସମୟରେ ବଲିଉଡ ସେଲିବ୍ରିଟିଙ୍କ ସହିତ ପାର୍ଟି କରୁଥିବାର ନଜର ଆସିଥାନ୍ତି ଏବଂ ଫଟୋ ମଧ୍ୟ କ୍ଲିକ କରିଥାନ୍ତି । ଏହି ଫେଟା ଗୁଡିକ ସୋସିଆଲ ମିଡିଆରେ ଛାଇରହିଥାଏ । ସେହିପରି କରୀନାନପଙ୍କ ଜିମ ଲୁକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ପୁଅ ତୈମୁରଙ୍କ ପରି କରୀନା ମଧ୍ୟ ଇଂଷ୍ଟାଗ୍ରାମରେ ଖୁବ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ କରିନା ନିଜର ଏକ କାଜୁଆଲ ସାର୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

kareena pic

ରିପୋର୍ଟ ଅନୁସାରେ, କରୀନା ନିଜର ବେଷ୍ଟ ଫ୍ରେଣ୍ଡ ଅମୃତା ଅରୋରାଙ୍କ ବର୍ଥଡେ ଡିନରରେ ପହଁଚିଥିଲେ । ଏହି ପାର୍ଟରେ ମଲାଇକା ଅରୋରା, ଅରବାଜ ଖାନ ଏବଂ ଅମୃତାଙ୍କ ପରିବାର ଲୋକେ ମଧ୍ୟ ସାମିଲ ଥିଲେ । ଜୁହୁରେ ଆୟୋଜିତ ଏହି ପାର୍ଟିରେ କରୀନା ଏକ ବ୍ଲୁ ଡାଇଲଗ ଟି-ସାର୍ଟ ସହିତ ବ୍ଲାକ ଫଅଲେୟର୍ଡ ଡେନିମରେ ନଜର ଆସିଥିଲେ । ଫ୍ୟାନ୍ସ କରୀନାଙ୍କ ଏହି ଫଟୋକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏକ ରିପୋର୍ଟ ଅନୁସାରେ କରୀନା ପିନ୍ଧିଥିବା ଏହି ସାର୍ଟର ମୂଲ୍ୟ ପାଖା ପାଖି ୩୬ ହଜାର ଟଙ୍କା ।

pic of kareena

କରୀନାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ଦବଙ୍ଗ-୩ରେ ଆଇଟମ ନମ୍ବର କରୁଥିବାର ନଜର ଆସିବେ । ଏହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । କରୀନା ଏବେ ଫିଲ୍ମ ‘ଗୁଡ ନ୍ୟୁଜ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ କରୀନାଙ୍କ ବ୍ୟତିତ ଅକ୍ଷୟ କୁମାର, ଦିଲଜୀତ ଦୋସାଂଝା ଏବଂ କିଆରା ଆଡଭାନୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More