Only for Entertainment

ରେଡିଓ ଶୋ’ ହୋଷ୍ଟ କରିବେ କରୀନା

IBTimes UK
0 37

ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ ଫିଲ୍ମ “ବୀରେ ଦି ୱେଡିଙ୍ଗ’ ଜରିଆରେ ନିଜର ଦ୍ୱିତୀୟ ଇନିଂସ ଦେଖାଇବା ପରେ ଏବେ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଅନ୍ୟ ଏକ ନୂତନ ମାଧ୍ୟମ ଆପଣେଇଛନ୍ତି । ଫିଲ୍ମ ନିର୍ମାତା ତଥା ତାଙ୍କ ବନ୍ଧୁ କରନ୍ ଜୋହରଙ୍କ ପରି ସେ ମଧ୍ୟ ରେଡିଓ ଶୋ’ ହୋଷ୍ଟ କରିବାକୁ ଯାଉଛନ୍ତି ।

ଚଳିତ ବର୍ଷ ଡିସେମ୍ବର ଠାରୁ ଏହି ଶୋ’ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି । ମୁମ୍ବାଇର ଏକ ଫଟୋସୁଟ କାର୍ଯ୍ୟକ୍ରମ ବେଳେ ସେ ଏହି କଥା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ କରୀନା ଶୋ’ ଆରମ୍ଭ କରିବା ପୂର୍ବରୁ କରନଙ୍କୁ ଫୋନ କରି ଏ ବିଷୟରେ ପଚାରି ବୁଝିଥିଲେ । କରନଙ୍କ ଶୋ’ ‘କଲିଂ କରନ’ ପରି ଏହା ମଧ୍ୟ ୧୦୪.୮ ଏଫଏମରେ ପ୍ରସାରିତ ହେବ । ଏହା ମାଧ୍ୟମରେ ଦର୍ଶକ କରୀନାଙ୍କ ସହ ସିଧା କଥା ହେବାର ସୁଯୋଗ ପାଇବେ । ରେଡିଓରେ ଏହା ତାଙ୍କର ପ୍ରଥମ ଶୋ’ ହୋଇଥିବାରୁ ସେ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ବୋଲି ସେ ନିଜେ କହିଛନ୍ତି ।

ନିକଟରେ କରୀନା ନିଜ ସ୍ୱାମୀ ନବାବ ସୈଫ ଅଲ୍ଲୀ ଖାନଙ୍କ ସହିତ ମାଲଦ୍ୱୀପରୁ ଛୁଟି ମନାଇ ଫେରିଛନ୍ତି । ଏହାସହ କରୀନାଙ୍କୁ ଫିଲ୍ମ “ତଖଥ୍’ ଓ “ଗୁଡ ନ୍ୟୁଜ’ ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More