Only for Entertainment

ରାଜନୀତିରେ ପ୍ରବେଶ କରିବାକୁ ନେଇ ମୁହଁ ଖୋଲିଲେ କରୀନା ।

49

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ନେଇ ନିକଟରେ ଏକ ଖବର ଆସିଥିଲା ।। ଖବର ମୁତାବକ କରୀନା ଭୋପାଳରୁ ଲୋକସଭା ପାଇଁ ନିର୍ବଚାନ ଲଢି ପାରନ୍ତି ।

କହିରଖୁଛୁଯେ ପଟୌଦି ପରିବାର ସହିତ ସଂପର୍କ ରଖିବା କାରଣ ଭୋପାଳରେ କରୀନାଙ୍କ ଶ୍ୱଶୁର ଘର ଏବଂ ଏଠାକୁ ସେ କେତେକ ସମୟରେ ସୈଫଙ୍କ ସହିତ ମଧ୍ୟ ଆସିଥାନ୍ତି । ଏହି ମଧ୍ୟରେ କଂଗ୍ରେସର କିଛି ନେତା କରୀନାଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରୁଛନ୍ତି । ଖବର ଅନୁସାରେ ସେମାନେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ କମଳନାଥଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତିଯେ ସେ ବୋହୁଙ୍କୁ ନିର୍ବାଚନ ଲଢିବା ପାଇଁ କୁହନ୍ତୁ ।

କହିରଖୁଛୁଯେ କରୀନା ଏବଂ ରାହୁଲଙ୍କ ସଂପର୍କ ଖୁବ ପୁରୁଣା । କେବେ କେବେ କରୀନା ରାହୁଲଙ୍କୁ ପସନ୍ଦ କରୁଥିବା କଥା ମଧ୍ୟ କହିଛନ୍ତି । କୁହାଯାଉଛିଯେ ୪୦ ବର୍ଷ ହେବ ଭୋପାଳରେ ନିର୍ବାଚନ ହାରୁଥିବା କଂଗ୍ରେସକୁ କରୀନା ଜିତାଇ ପାରନ୍ତି, କାରଣ ତାଙ୍କର ଖୁବ ଯୁବ ଫ୍ୟାନ ଫଲୋଇଙ୍ଗ ରହିଛି ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ଦେଇଛନ୍ତି କରୀନା ।

କରିନା କପୁର ଖାନ୍‌ ଏହାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ସିନେମାପାଇଁ ଫୁରସତ୍‌ ନାହିଁ କେତେବେଳେ ରାଜନୀତି କରିବେ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ କୌଣସି ପାର୍ଟି ପକ୍ଷରୁ ଏଯାଏଁ ପ୍ରସ୍ତାବ ବି ମିଳି ନାହିଁ । ତାଙ୍କର ରାଜନୀତିରେ ଆଗ୍ରହ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More