Only for Entertainment

କଲେଜ ଅଧ୍ୟକ୍ଷ ଛାତ୍ରମାନଙ୍କ ସାମ୍ନାରେ ଭାଙ୍ଗିଲେ ଫୋନ, ଭିଡିଓ ହେଲା ଭାଇରାଲ !

67

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବ୍ୟକ୍ତି ଜଣକ ମୋବାଇଲ ଭାଙ୍ଗୁଥିବାର ନଜର ଆସିଛନ୍ତି । ରିପୋର୍ଟ ମୁତାବକ, ଏହି ଘଟଣା ଗୁରୁବାର ସିରସି ସ୍ଥିତ ‘ଏମଇଏସ ଚୈତନ୍ୟ ପିୟୁ କଲେଜ’ରେ ଘଟିଥିଲା । ଯେଉଁଠାରେ ପ୍ରିନ୍ସିପାଲ ଆର ଏମ ଭଟ୍ଟ ଅନେକ ଥର ଛାତ୍ରଙ୍କୁ କ୍ୟାମ୍ପସ ଭିତରେ ମୋବାଇଲ ବ୍ୟବହାର ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ । କିନ୍ତୁ କହିବା ସତ୍ୱେ କିଛି ଛାତ୍ର ମୋବାଇଲ ବ୍ୟବହାର କରିଥିଲେ । ପରେ ଏହି ଛାତ୍ର ମାନଙ୍କ ଠାରୁ ଫୋନ ଛଡାଇ ନିଆ ଯାଇଥିଲା ଏବଂ ଏହାକୁ ଭାଙ୍ଗି ଦିଆଯାଇଛି ।

ପ୍ରିନ୍ସିପଲ ଆଗରୁ କହିଥିଲେ ଯେ ଯଦି ସେ କାହାକୁ କଲେଜ ଭିତରେ ମୋବାଇଲ ବ୍ୟବହାର କରୁଥିବାର ଦେଖିବେ , ତେବେ ସେହି ମୋବାଇଲକୁ ଜବତ କରି ଭାଙ୍ଗିଦେବି । ଏହି ପ୍ରକ୍ରିୟାରେ ସେ ୧୬ଜଣଙ୍କ ମୋବାଇଲକୁ ଜବତ କରିଥିଲେ ଏବଂ ଏହାପରେ ସେ ଏହି ମୋବାଇଲକୁ ହାତୁଡିରେ କିଛି ମୋବାଇଲକୁ ଭାଙ୍ଗି ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଏହା ଉପରେ ଅନେକ ଲୋକ ନିଜ ପ୍ରତିକ୍ରିୟା ରଖିଛନ୍ତି । କେହି ଏହାକୁ ସପୋର୍ଟ କରିଛନ୍ତି ତ କେହି କେହି ଏହାକୁ ବିରୋଧ କରିଛନ୍ତି । କିଛି ଜଣକ କହିବା ମୁତାବକ ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନଙ୍କର ମୋବାଇଲ ଜରୁରୀ ଅଟେ । କେହି କହିଛନ୍ତି ଯାହା ହେଉଛି ଠିକ , ଛାତ୍ରଙ୍କୁ ମୋବାଇଲ ପରିବର୍ତ୍ତେ ପାଠ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More