Only for Entertainment

ଅପମାନର ପ୍ରତିଶୋଧ ନେବ କରଣୀ ସେନା ! ଭଂସାଲୀଙ୍କ ମା’ଙ୍କ ଉପରେ ନିର୍ମାଣ କରିବ ଫିଲ୍ମ

Yahoo India Lifestyle
0 42

ବିବାଦୀୟ ଫିଲ୍ମ ‘ପଦ୍ମାବତ’କୁ କରଣୀ ସେନାର ବିରୋଧ ସତ୍ତେ୍ୱ ଫିଲ୍ମଟି ୨୫ ଜାନୁୟାରୀରେ ରିଲିଜ ହୋଇଛି । ଏବେ କିନ୍ତୁ ଏହି ବିବାଦକୁ ନେଇ ଏକ ନୂଆମୋଡ ଆସିଛି । ସଞ୍ଜୟ ଲୀଲା ଭଂସାଲୀଙ୍କ ମା’ଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯିବ ବୋଲି ରାଜପୁତ କରଣୀ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ଫିଲ୍ମର ନାଁ ‘ଲୀଲା କି ଲୀଲା’ ରହିବ ।

ଖବର ଅନୁସାରେ, ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ ଅରବିନ୍ଦ ବ୍ୟାସ । କରଣୀ ସେନାର ଜିଲ୍ଳା ଅଧ୍ୟକ୍ଷ ଗୋବିନ୍ଦ ସିଂହ ଖଙ୍ଗରତ ଏକ ସମ୍ବାଦିକ ସମ୍ମୀଳନୀ ଡକାଇ ଭଂସାଲିଙ୍କ ମା’ ଉପରେ ଫିଲ୍ମ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ୧୫ ଦିନ ଭିତରେ ଶୁଭ ମୂହୁରତ ଦେଖି ଏହି ଫିଲ୍ମର କାମ ଆରମ୍ଭ କରାଯିବ । ଏବଂ ଏହା କେବେ ରିଲିଜ କରାଯିବ ତାହାର ଖବର ମଧ୍ୟ ଦିଆଯିବ । କରଣୀ ସେନାର କହିବା ଅନୁସାରେ ଭଂସାଲୀ ଯେପରି ‘ପଦ୍ମାବତ’ ଫିଲ୍ମ ନିର୍ମାଣ କରି ମା’ ପଦ୍ମିନୀଙ୍କ ଛବିକୁ ଅପମାନ କରିଛନ୍ତି, ସେଥିପାଇଁ ଭଂସାଲୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ତାଙ୍କ ମା’ଙ୍କୁ ନେଇ ଫିଲ୍ମ ନିର୍ମାଣ କରିଯିବ । ଏହି ଫିଲ୍ମୁ ଦେଖିଲା ପରେ ଭଂସାଲୀ ଖୁସି ଅନୁଭବ କରିବେ ବୋଲି ଜିଲ୍ଲା ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି ।

କରଣୀ ସେନାର ବ୍ୟାପକ ବିରୋଧ ଓ ହିଂସାତ୍ମକ ପ୍ରତିବାଦ ଦେଖି ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ ଓ ବିହାରର କୌଣସି ସିନେମା ହଲରେ ଫିଲ୍ମକୁ ରିଲିଜ କରାଯାଇନାହିଁ । ଫିଲ୍ମକୁ ତିନୋଟି ଭାଷାରେ ୪୦୦୦ ସିନେମାଘରେ ରିଲିଜ କରାଯାଇଛି । ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ଦୀପିକା ଓ ଭଂସାଲୀଙ୍କ ମୁଣ୍ଡ କାଟିଦେବା ପାଇଁ ଧମକ ମଧ୍ୟ ଦିଆଯାଇଥିଲା ।

ଏହି ଫିଲ୍ମରେ ରଣବୀର ସିଂହ, ଦୀପିକା ପାଦୁକୋନ ଓ ସାହିଦ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ବଜେଟ ୧୮୦ କୋଟି । ଏତେ ବାଦବିବାଦ ପରେ ବି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଛି ବୋଲି ଶୁଣାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More