Only for Entertainment

ମୁହଁ ଲୁଚାଇ ବୁଲୁଥିଲେ କାର୍ତ୍ତିକ ଆର‌୍ୟନ ଏବଂ ସାରା ଅଲୀ ଖାନ. ତାପରେ .. !

24

ସାରା ଅଲୀ ଖାନ ଏବଂ କାର୍ତ୍ତିକ ଆର‌୍ୟନ ଇମ୍ତିଆଜ ଅଲୀଙ୍କ ଫିଲ୍ମ ସୁଟିଂ କରୁଛନ୍ତି । ଗତ ଗୁରୁବାର ମୁମ୍ବାଇ ଏୟାରପୋର୍ଟରେ ଦୁହେଁ ନଜର ଆସିଥିଲେ । ଏବେ ଶିମଲାରେ ପହଂଚି ଯାଇଛନ୍ତି । ସେଠାରେ ସେମାନେ ନିଜର ପରବର୍ତ୍ତୀ ସିଡ୍ୟୁଲ ସୁଟ କରିବା ଆରମ୍ଭ କରି ଦେଇଛନ୍ତି ।

ନିକଟରେ ଇଂଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଦୁହେଁ ମୁହଁ ଢାଙ୍କି ଯାଉଥିବା ନଜର ଆସିଛନ୍ତି । ମାତ୍ର ଦୁହିଁଙ୍କ ଚେହେରା ଲୁଚାଇବାର କୌଣସି ଫାଇଦା ହେଲା ନାହିଁ । କିଛି ସମୟ ପରେ ଦୁହିଁଙ୍କୁ ସମସ୍ତେ ଜାଣିଦେଲେ , ଯେଉଁକାରଣରୁ ମୁହଁ ଖୋଲି ସେଲ୍ଫି ଦେବାକୁ ପଡିଥିଲା ।

ଶୁଣିବାକୁ ମିଳିଛି ଯେ ଇମତିଆଜ ଅଲୀଙ୍କର ଏହି ଫିଲ୍ମ ଲଭ ଆଜକଲର ସିକ୍ୱେଲ ଅଟେ । ଏହି ଫିଲ୍ମରେ କାର୍ତ୍ତିକ-ସାରାଙ୍କ ଯୋଡିକୁ ପ୍ରଥମ ଥର ଦେଖିବାକୁ ମିଳିବ । ଫିଲ୍ମ ସୁଟିଂ ଆରମ୍ଭ ହେବା ଠାରୁ ହିଁ ଚର୍ଚ୍ଚାରେ ରହିଛି । ଫିଲ୍ମର କିଛି କିସିଂ ଭିଡିଓ ମଧ୍ୟ ଲିକ ହୋଇଛି ।


ଏଠାରେ ଆମେ କହି ରଖୁଛୁ ସାରା ଏବଂ କାର୍ତ୍ତିକଙ୍କ ଯୋଡି ସେବେଠାରୁ ଚର୍ଚ୍ଚାରେ ରହିଛନ୍ତି ଯେବେ ଠାରୁ ସାରା କରଣ ଜୋହରଙ୍କ ଚାଟ ଶୋରେ କହିଥିଲେ ଯେ କାର୍ତ୍ତିକ ଆର‌୍ୟନ ତାଙ୍କର କ୍ରଶ ବୋଲି ଏବଂ ତାଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More