Only for Entertainment

ଭାଇରାଲ ହେଉଛି ସାରା-କାର୍ତ୍ତିକଙ୍କ ଆଉ ଏକ ଭିଡ଼ିଓ

hindirush
36

ଏବେ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଅଭିନେତା କାର୍ତ୍ତିକ ଆର‌୍ୟନ ବଲିଉଡର ଲୋକପ୍ରିୟ ଯୋଡ଼ି ହୋଇ ଯାଇଛନ୍ତି । ଦୁଇଜଣଙ୍କ ଫଟୋ ଏବଂ ଭିଡ଼ିଓ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୁଇ ଜଣଙ୍କ ଭିଡ଼ିଓ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଇ ଦେଇଛି । ନିକଟରେ ପୁଣିଥରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓ ଲଖ୍ଣୌ ଏୟାରପୋର୍ଟର । ଏହି ଭିଡ଼ିଓରେ ସାରା ଅଲି ଖାନ ଏବଂ କାର୍ତ୍ତିକ ପରସ୍ପରକୁ କୋଳାଗ୍ରତ କରୁଥିବାର ନଜର ଆସିଛନ୍ତି ।

 

ବାସ୍ତବରେ ସାରା ଅଲି ଖାନ ନବାବଙ୍କ ସହର ଲଖ୍ଣୌରେ କାର୍ତ୍ତିକ ଆର‌୍ୟନଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । କାର୍ତ୍ତିକ ଆର‌୍ୟନ ଏବେ ଫିଲ୍ମ ପତି ପତ୍ନୀ ଔର ୱୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହିତ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଚରିତ୍ରରେ ନଜର ଆସିବେ । କାର୍ତ୍ତିକଙ୍କ ବ୍ୟସ୍ତ ସିଡ୍ୟୁଲକୁ ନଜରରେ ରଖି ସାରା ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More