Only for Entertainment

କାର୍ତ୍ତିକଙ୍କ ପାଇଁ ପାଗଳ ହୋଇଗଲେ ମହିଳା ଫ୍ୟାନ, ପାଟିରୁ କଥା ବାହାରିଲା ନାହିଁ, ଥରିବାକୁ ଲାଗିଲେ ତା’ ପରେ କ’ଣ ହେଲା ଦେଖନ୍ତୁ ଭିଡ଼ିଓ

aajtak
45

କାର୍ତ୍ତିକ ଆର୍ୟନଙ୍କ ଲୋକିପ୍ରୟତା ଦିନକୁ ଦିନ ବଢିବାରେ ଲାଗିଛି । ଝିଅ ମାନେ କାର୍ତ୍ତିକଙ୍କ ପାଇଁ ଦିୱାନୀ ହୋଇ ଯାଉଛନ୍ତି ଏହା ହୁଏତ ଆପଣ ବାରମ୍ବାର ଶୁଣିଥିବେ । ଫିଲ୍ମ ସୋନୁ କେ ଟିଟୁ କି ସ୍ୱିଟି’ ପରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । ନିକଟରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛିଯେ କାର୍ତ୍ତିକଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘର ସାମ୍ନାରେ ତିନି ଜଣ ମହିଳା ଫ୍ୟାନ ଛିଡ଼ା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କାର୍ତ୍ତିକଙ୍କୁ ଦେଖି ଅବାକ୍ ହୋଇ ଯାଉଛନ୍ତି ଏବଂ ତାଙ୍କ ମୁହଁରୁ କଥା ବାହାରୁନାହିଁ । ସେ କ’ଣ କହିବେ ଜାଣି ପାରୁ ନାହାଁନ୍ତି । କେହି କିଛି ବୁଝିବା ପୂର୍ବରୁ ଫ୍ୟାନ ଜଣକ ଆଣ୍ଠୁ ମାଡ଼ି ତଳେ ବସି ଯାଉଛନ୍ତି ଏବଂ କାର୍ତ୍ତିକଙ୍କୁ ଆଇ ଲଭ୍ ୟୁ କହି ପ୍ରପୋଜ କରୁଛନ୍ତି । ଏହାପରେ କାର୍ତ୍ତିକ ତାଙ୍କୁ ଉଠାଉଛନ୍ତି ଏବଂ ଏଭଳି ନକରିବା ପାଇଁ କହୁଛନ୍ତି । ଫ୍ୟାନଙ୍କୁ ଦେଖିଲେ ଜଣାପଡ଼ୁଛି ସେ ସଂପୂର୍ଣ୍ଣ ଅବାକ୍ ହୋଇ ଯାଉଛନ୍ତି, ତାଙ୍କ ପାଖରେ ଶବ୍ଦ ନାହିଁ ଏବଂ ସେ ଖୁସିରେ ଥରିବାକୁ ଲାଗୁଛନ୍ତି । ତେବେ କାର୍ତ୍ତିକ ଏହାପରେ ମହିଳା ଫ୍ୟାନଙ୍କୁ ହଗ୍ କରୁଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More