Only for Entertainment

କାର୍ତ୍ତିକ ଆର‌୍ୟନ ନିଜ ଭାଲେଂଟାଇନ ଡେଟ ସହ ଶେୟାର କଲେ ଫଟୋ !

42

ବଲିଉଡ ଅଭିନେତା କାର୍ତ୍ତିକ ଆର‌୍ୟନଙ୍କ ଅନେକ ଝିଅ ଦିୱାନା ଅଛନ୍ତି । ପୁର୍ବ ବର୍ଷ ବଲିଉଡରେ ପାଦ ରଖିଥିବା ସାରା ଅଲୀ ଖାନ ମଧ୍ୟ ତାଙ୍କ ଭଲ ପାଇବା ଜତାଇ ସାରିଛନ୍ତି । ଏହି କାରଣରୁ ଫ୍ୟାନ୍ସଙ୍କ ମନରେ ଉତ୍ସାହ ରହିଥିଲା ଯେ କଣ ଏ ଦୁହେଁ ଭାଲେଂଟାଇନରେ ଏକା ସହ ନଜର ଆସିବେ । ତେବେ ଆପଣଙ୍କ ଅପେକ୍ଷାର ଅନ୍ତ ଘଟିଛି , କାରଣ କାର୍ତ୍ତିକ ନିଜ ଭାଲେଂଟାଇନଙ୍କ ସହ ଫଟୋ ଶେୟାର କରିଛନ୍ତି । କିନ୍ତୁ ଆମେ ଏହା ଦୁଃଖର ସହ ଜଣାଇ ରଖୁଛୁ ଯେ ସେ ସାରା ଙ୍କ ସହ ଭାଲେଂଟାଇନ ସେଲିବ୍ରେଟ କରି ନାହାନ୍ତି ।

ଅସଲରେ କାର୍ତ୍ତିକ ନିଜ ଇନଷ୍ଟାଗ୍ରାମ ଅକାଉଂଟାରେ ଏକ ଫଟୋ ଶେୟାର କରିଛନ୍ତି , ଯେଉଁଥିରେ ସେ ତାଙ୍କ ଭାଲେଂଟାଇନଙ୍କ ସହ ନଜର ଆସିଛନ୍ତି । ଏହି ଫଟୋ ଦେଖି ଆପଣ ମଧ୍ୟ ଆପଣଙ୍କ ହସକୁ ରୋକି ପାରିବେ ନାହିଁ । ଏହାପରେ ସେ ନିଜ ଫିଲ୍ମ କ୍ୟାରକ୍ଟର ନାଁ ଲେଖି କହିଛନ୍ତି ସୋନୁ, ଗୋଗୋ, ରଜ୍ଜୋ ଭୂମିକା ପ୍ଲେ କଲା ପରେ ତାଙ୍କ ସହ ଆଉ କିଏ ଡେଟ କରିବ ।

 

View this post on Instagram

 

Happy Valentines Day from me and my Date ❤️ #Sonu #Gogo #Rajjo play karne ke baad who else would go on a date with me….

A post shared by KARTIK AARYAN (@kartikaaryan) on

ଏଠାରେ ଆମେ କହି ରଖୁଛୁ ଯେ କାର୍ତ୍ତିକ ନିଜ କୋ-ଷ୍ଟାର ଅନନ୍ୟା ପାଣ୍ଡେଙ୍କ ସହ ହ୍ୟାଙ୍ଗଆଉଟ କରୁଥିବାର ନଜର ଆସିଥିଲେ । ଯାହା ପରେ ଦୁହିଁଙ୍କ ଡେଟିଂ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ କାର୍ତ୍ତିକ ଏହି ସମସ୍ତ ବିଷୟରୁ ପରଦା ଉଠାଇ ମନା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More