Only for Entertainment

ସାରାଙ୍କ କେୟାର କରୁଥିବାର ନଜର ଆସିଲେ କାର୍ତ୍ତିକ ଆର୍ୟନ, ୟୁଜର କହିଲେ ପରଫେକ୍ଟ  ବୟଫ୍ରେଣ୍ଡ

Yogen Shah
78

ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ୟନଙ୍କୁ ନେଇ ବଲିଉଡରେ ଏବେ ଖୁବ ଚର୍ଚ୍ଚା । କରଣ ଜୋହରଙ୍କ ଶୋ’ କଫି ୱିଥ କରଣରେ ସାରା ଅଲ୍ଲୀ ଖାନ କାର୍ତ୍ତିକ ଆର୍ୟନଙ୍କୁ ନେଇ ନିଜ ଭାବନା  ପ୍ରକାଶ କରିବା ପର ଠାରୁ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହା ପରେ ଦୁହିଁଙ୍କୁ ଇମତିଆଜ ଅଲୀଙ୍କ ଫିଲ୍ମ ‘ଲଭ ଆଜ କଲ’ର ସିକ୍ୱଲରେ କାଷ୍ଟ କରାଯାଇଥିଲା । ଏହି ଫିଲ୍ମର ସୁଟିଂ ପରଠାରୁ ଦୁହିଁଙ୍କ ମଧ୍ୟରେ ଥିବା ବଣ୍ଡିଂ ବଢିବାରେ ଲାଗିଛି । ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ଏୟାରପୋର୍ଟ ହେଉ ବା ରେଷ୍ଟୁରାଣ୍ଟ ଦୁହେଁ ଏକାଠି ସ୍ପଟ ହୋଇଥାନ୍ତି । ସେହିପରି ସାରାଙ୍କ ଜନ୍ମଦିନରେ କାର୍ତ୍ତିକ ତାଙ୍କୁ ସରପ୍ରାଇଜ ଦେବା ପାଇଁ ବ୍ୟାଙ୍କକ ପହଁଚିଯାଇଥିଲେ ।

ଏବେ ଏହି ଯୋଡିଙ୍କୁ ପୁଣିଥରେ ଏକା ସହିତ ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଏକ ଭିଡିଓରେ କାର୍ତ୍ତିକ ସାରାଙ୍କ କେୟାର କରୁଥିବା ଦେଖିବାକୁ ମିଳିଛି । ଅସଲରେ ଦୁହିଁଙ୍କୁ ଜୁହୁ ଠାରେ ଥିବା ଏକ ଡ୍ୟାନ୍ସ ରିହଲସଲ ଷ୍ଟୁଡିଓ ବାହାରେଲ ସ୍ପଟ କରାଯାଇଥିଲା । ଷ୍ଟୁଡିଓରୁ ବାହାରିବା ବେଳେ ବର୍ଷା ହେଉଥିବାରୁ ସାରାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ କାର୍ତ୍ତିକ ଛତା ଧରି ତାଙ୍କ ପଛରେ ଆସିଥିଲେ । ଏହି ଭିଡିଓ ଦେଖିବା ପରେ ୟୂୁଜର କମେଣ୍ଟ କରି କହୁଛନ୍ତି ପରଫେକ୍ଟ ବୟଫ୍ରେଣ୍ଡ।

 

View this post on Instagram

 

@kartikaaryan @saraalikhan95 Clicked at dance class #costars #monsoon #dancetraining #actor #yogenshah

A post shared by yogen shah (@yogenshah_s) on

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସାରା ଏବେ ନିଜର ଆଗାମୀ ଫିଲ୍ମ ‘କୁଲି ନମ୍ବର ୧’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହିପରି କାର୍ତ୍ତିକ ନିଜର ଆଗାମୀ ଫିଲ୍ମ ‘ପତି ପତ୍ନୀ  ଔର ୱେ’କୁ ନେଇ ବ୍ୟସ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More