Only for Entertainment

ସ୍କୁଲ ଡ୍ରେସରେ ନଜର ଆସିଲେ କାର୍ତ୍ତିକ, ଚିହ୍ନିବା ମୁଶ୍କିଲ !

29

ବିଟାଉନର ନୂଆ ହାର୍ଟଥ୍ରୋବ କାର୍ତ୍ତିକ ଆର‌୍ୟନଙ୍କ ପାଖକୁ ଗୋଟେ ପରେ ଗୋଟେ ଫିଲ୍ମ ଆସୁଛି, ଯେଉଁକାରଣରୁ ସେ ଲଗାତାର ସୁଟିଂରେ ବ୍ୟସ୍ତ ରହୁଛନ୍ତି । ସେଟରୁ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି , ଯାହା ଦେଖି ଆପଣ କାର୍ତ୍ତିକଙ୍କୁ ଚିହ୍ନି ପାରିବେ ନାହିଁ ।

କାର୍ତ୍ତିକ କିଛି ଦିନ ହେବ ଇମତିଆଜ ଅଲୀଙ୍କ ଅପକମିଂ ଫିଲ୍ମର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ଏବେ ରାଜସ୍ତାନର ଉଦୟପୁର ସହରରେ ଅଛନ୍ତି । ସେଟରୁ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କାର୍ତ୍ତିକ ସ୍କୁଲ ୟୁନିଫର୍ମରେ ନଜର ଆସିବେ ।


ଭାଇରାଲ ଫଟୋରେ କାର୍ତ୍ତିକ ପୁରୁଣା ସ୍କୁଟର ଚଲାଉଛନ୍ତି ଏବଂ ତାଙ୍କ ପଛରେ ସାଥୀ କଳାକାର ବସିଛନ୍ତି ।
ଏଠାରେ ଆମେ କହିରଖୁଛୁ ଯେ ଇମତିଆଜ ଅଲୀଙ୍କ ଏହି ଫିଲ୍ମରେ ସୋହା ଅଲୀ ମୁଖ୍ୟ ଭୂମିକା ତୁଲାଉଛନ୍ତି । ଏହାବ୍ୟତୀତ ଅନ୍ୟ ଦୁଇ ଅଭିନେତ୍ରୀ କାଷ୍ଟ ହେବେ ବୋଲି ଶୁଣିବାକୁ ମିଳିଛି । ଏହି ଫିଲ୍ମ ଆସନ୍ତା ବର୍ଷ ଭାଲେଂଟାଇନ ଡେ’ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More