Only for Entertainment

ମୁହଁ ଲୁଚାଇ ସାରାଙ୍କ ସହିତ ମସଜିଦ ପହଁଚିଲେ କାର୍ତ୍ତିକ ଆର‌୍ୟନ, ଦେଖନ୍ତୁ ଫଟୋ

insta pic of kartikaaryan
32

କେଦାରନାଥ ଏବଂ ସିମ୍ବାର ଗ୍ରାଣ୍ଡ ସକ୍ସେସ ପରେ ସାରା ଅଲ୍ଲୀ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଲଭ ଆଜ କଲ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଇମ୍ପତିଆଜ ଅଲୀ । ଫିଲ୍ମରେ ସାରା ଅଭିନେତା କାର୍ତ୍ତିକ ଆର‌୍ୟନଙ୍କ ଅପୋଜିଟରେ ନଜର ଆସିବେ । ଯେବେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା ସେବେଠାରୁ ସାରା ଏବଂ କାର୍ତ୍ତିକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ସିମ୍ବାର ପ୍ରମୋସନ ସମୟରେ ସାରା ଏକ ଇଣ୍ଟରଭ୍ୟୁରେ କହିଥିଲେ କାର୍ତ୍ତିକଙ୍କୁ ସେ ବିବାହ କରିବା ପାଇଁ ଚାହାଁନ୍ତି । ଏହା ପରେ ଏବେ ଦୁହେଁ ଏକା ସହିତ କାମ କରିବା ଫଳରେ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । ଏପରି କି ଦୁହେଁ ଇଦକୁ ଏକା ସହିତ ସେଲିବ୍ରେଟ କରିଛନ୍ତି । ସବୁଠାରୁ ଖାସ କଥା ହେଉଛି ଯେ, କାର୍ତ୍ତିକ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

 

View this post on Instagram

 

Eid Mubarak ?

A post shared by KARTIK AARYAN (@kartikaaryan) on

ଏହି ଫଟୋ ଦୁହେଁ ମୁହଁ ଲୁଚାଇ ମସଜିଦ ବାହାରେ ଠିଆ ହୋଇଛନ୍ତି । ସାରା ଏବଂ କାର୍ତ୍ତିକଙ୍କ ଏହି କ୍ୟୁଟ ଫଟୋକୁ ତାଙ୍କ ଫ୍ୟାନ୍ସ ପସନ୍ଦ କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More