Only for Entertainment

ରଜନୀକାନ୍ତ ଶେଷ କଲେ ଏହି ଫିଲ୍ମର ସୁଟିଂ, ନିର୍ଦ୍ଧାରିତ ସମୟ ପୂର୍ବରୁ କଲେ ପୂରା !

41

ଏବେ ରଜନୀକାନ୍ତଙ୍କ ଫିଲ୍ମ ୨.୦ର ପ୍ରମୋଶନ ଚାଲିଛି , ସେହିଭଳି ଅନ୍ୟପଟେ ତାଙ୍କର ଆଗାମୀ ଫିଲ୍ମ ‘ପେଟ୍ଟା’ର ସୁଟିଂ ଚାଲିଥିଲା । କିନ୍ତୁ ରଜନୀକାନ୍ତ ଏହି ଫିଲ୍ମରେ ଜଡିତ ଭଲ ଖବର ସାମ୍ନାକୁ ଆସିଛି । ଅସଲରେ ଏହି ଫିଲ୍ମର ସୁଟିଂ ନିର୍ଦ୍ଧାରିତ ସମୟ ଠାରୁ ଶୀଘ୍ର ଶେଷ କରି ଦେଇଛନ୍ତି ।

ସାଉଥ ସୁପରଷ୍ଟାର ରଜନୀକାନ୍ତ ଏହି ଫିଲ୍ମ ‘ପେଟ୍ଟା’ର ସୁଟିଂ ଚାଲିଥିଲା ଯାହା ନିର୍ଦ୍ଧାରିତ ସମୟର ୧୫ଦିନ ପୂର୍ବରୁ ଶେଷ ହୋଇଯାଇଛି । ଏହି ଖବର ନିଜେ ରଜନୀକାନ୍ତ ଟ୍ୱିଟ କରି ଲେଖିଛନ୍ତି ଯେ, ପେଟ୍ଟା ସୁଟିଂ ୧୫ଦିନ ପୁର୍ବରୁ ଶେଷ କରାଯାଇଛି, ଏଥିପାଇଁ ସେ ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ବିଜୟାଦଶମୀର ଶୁଭ କାମନା ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ କାର୍ତ୍ତିକ ସୁବାରାଜ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ସୁଟିଂ ଡେରାଡୁନ, ଚେନ୍ନାଇ ଏବଂ ଲଖନଉରେ କରାଯାଇଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ଦମଦାର ହୋଇଛି । ଫିଲ୍ମରେ ରଜନୀକାନ୍ତଙ୍କ କ୍ଲାସି ଅବତାର ନଜର ଆସିଛି । ପୁଣିଥରେ ସେ ଏହି ଫିଲ୍ମରେ ଡନ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More